Below header

ନିଲାମ ୩ଟି ଖଣି ଓଏମସି ଏବଂ ଏମସିଏଲକୁ ଦେବାକୁ ରାଜ୍ୟ ସରକାର ଅନୁରୋଧ କଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

କେନ୍ୟୁଜ୍(ବ୍ୟୁରୋ):  ଅଧିକ ଉତ୍ପାଦନ କର, ରାଜସ୍ୱ ବଢିବ । ରାଜ୍ୟ ସରକାରଙ୍କୁ ଅଧିକ ଭାଗ ମିଳିବ । ଏହା କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ନିଲାମ ହୋଇଥିବା ୩ଟି ଖଣି ଓଏମସି ଏବଂ ଏମସିଏଲକୁ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଇସାରିଛି ।

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉତ୍ପାଦନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଓଡିଶା ସରକାର । ରାଜ୍ୟ ଖଣି ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର କିଛି ଖଣି ନୀତିରେ ପରିବର୍ତ୍ତନ ହେବ । ନାଲକୋର ଉତ୍ପାଦନ କ୍ଷମତା ବୃଦ୍ଧି ହେବ । ଯାହା ଓଡିଶାର ଅର୍ଥନୀତି ଉପରେ ପ୍ରଭାବ ପକାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.