ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରେ ଅକ୍ଷୟ କୁମାରଙ୍କ ନୂଆ ଲୁକ୍, ସୁଟିଂ ସାଇଟ୍ରୁ ଛାଡ଼ିଲେ ପ୍ରଥମ ଫଟୋ

ନିଜର ଦୁଇଟି ଫିଲ୍ମ ‘ଲକ୍ଷ୍ମୀ’ ଏବଂ ‘ଦୁର୍ଗାମତୀ’ ର ଅସଫଳତା ପରେ ଅକ୍ଷୟ ଏବେ ଏଥିରୁ ମୁକୁଳିବା ପାଇଁ ଆଉ ଏକ ନୂଆ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ଅକ୍ଷୟ ଏବେ ରାଜସ୍ଥାନରେ ପହଞ୍ଚିଛନ୍ତି । ରାଜସ୍ଥାନରେ ତାଙ୍କର ନୂଆ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ର ସୁଟିଂ ଆରମ୍ଭ ହୋଇଯାଇଛି । ସୁଟିଂ ସାଇଟ୍ରୁ ଗୁରୁବାର ଅକ୍ଷୟ ସୁଟିଂ ର ପ୍ରଥମ ଫଟୋ ସେୟାର କରିଛନ୍ତି ।
ଅକ୍ଷୟ କୁମାରଙ୍କ ପାଇଁ ୨୦୨୧ ବହୁତ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । କାରଣ ତାଙ୍କର ୪ ଟି ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ବେଲ୍ବଟମ୍’, ‘ଅତରଙ୍ଗୀ ରେ’ ଏବଂ ‘ପୃଥ୍ଵୀରାଜ’ର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଫିଲ୍ମ ନିର୍ମାଣ କମ୍ପାନୀ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ଫିଲ୍ମର ମୁକ୍ତିଲାଭକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି । କମ୍ପାନୀ ପ୍ରଥମେ ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ କରିବ ନା ରଣବୀର ସିଂହଙ୍କ ଫିଲ୍ମ ‘୮୩’ କୁ ରିଲିଜ କରିବ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ।
ରଣବୀରଙ୍କ ବ୍ରାଣ୍ଡ ଭ୍ୟାଲୁ ନୂଆ ବର୍ଷରେ ଟପ୍ରେ ରହିଥିବା ବେଳେ ଅକ୍ଷୟଙ୍କ ପୂର୍ବ ଫିଲ୍ମ ଫ୍ଲପ୍ ହୋଇଛି । ତେଣୁ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ମଧ୍ୟ ଅକ୍ଷୟଙ୍କ ପାଇଁ ରିସ୍କ ରହିଛି । ଫିଲ୍ମ ବଚ୍ଚନ ପାଣ୍ଡେ ସାଉଥ ଫିଲ୍ମ ‘ବୀରମ’ ର ରିମେକ୍ ଭାବେ ନିର୍ମାଣ ହେଉଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ବଦଳାଇ ଲେଖକ ନିର୍ଦ୍ଦେଶକ ଫରହାଦ ସାମଜୀ ଫିଲ୍ମକୁ ନୂଆ ଭାବେ ଲେଖିଛନ୍ତି । ସୁଟିଂ ଆରମ୍ଭ ହେବା ପୂର୍ବରୁ ଏହାର ରିଲିଜ ଡେଟ୍ ମଧ୍ୟ ଘୋଷଣା ହୋଇଯାଇଥିଲା । ପରେ ଅମୀର ଖାନ୍ଙ୍କ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ ର ରିଲିଜ ଡେଟ୍ ଦେଖି ଏହାକୁ ୨୦୨୧ ଜାନୁଆରୀକୁ ଘୁଞ୍ଚାଇ ଦିଆଯାଇଛି । ଏହାର ଡେଟ୍ ଘୁଞ୍ଚାଇବା ପାଇଁ ଅବଶ୍ୟ ଅମୀର ଅନୁରୋଧ କରିଥିଲେ ।
ଅକ୍ଷୟଙ୍କ ‘ବଚ୍ଚନ ପାଣ୍ଡେ’ ଭୂମିକା ‘ଦବଙ୍ଗ’ ରେ ସଲ୍ମାନ୍ ଙ୍କ ଚୁଲ୍ବଲ୍ ପାଣ୍ଡେ ଭଳି ଜଣେ ଦବଙ୍ଗ ବ୍ରାହ୍ମଣଙ୍କ କାହାଣୀ । ଫିଲ୍ମରେ ଅକ୍ଷୟଙ୍କ ଫାଷ୍ଟ ଲୁକ୍ କୁ ନେଇ ବହୁତ ବୋବାଲ ହୋଇଥିବା ଦେଖିବାକୁ ମିଳିଛି । ଅକ୍ଷୟଙ୍କ ଏହି ଚରିତ୍ରରେ ସେ ମୁଣ୍ଡରେ ଲାଲ୍ ପଗଡ଼ି ଓ ସାର୍ଟର ଆଗ ବଟନ୍ ଖୋଲା ରହିଥିବା ଦେଖାଯାଇଛି । ଡାହାଣ ହାତରେ ବ୍ରେସଲେଟ୍ ଓ ମୁଦି ଥିବା ବେଳେ ବାମ ହାତରେ ରକ୍ଷା ସୂତ୍ର ଥିବା ଦେଖାଯାଇଛି । ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରେ ଅକ୍ଷୟଙ୍କ ସହ ଜେକ୍ଲିନ୍ ଫର୍ଣ୍ଣାଡିଜ୍, ଅରସାଦ୍ ଓ୍ଵାରସୀ ଓ କୃତୀ ସେନ୍ନ୍ ନଜର ଆସିବେ ।