Below header

ମାଲକାନଗିରି: ପେଟ ପାଇଁ ବାପା ମା ବିକିଲେ ୪ ମାସର କଅଁଳ ଛୁଆ, ଶିଶୁକୁ ହରାଇବା ଦୁଃଖରେ ଭାଙ୍ଗିପଡି ବାପା କଲା ଆତ୍ମହତ୍ୟା

ମାଲକାନଗିରି(କେନ୍ୟୁଜ୍):  ୪ ମାସର ଜନ୍ମିତ ଶିଶୁ ପୁତ୍ର କୁ ବିକ୍ରି ପରେ ବାପାର ଆତ୍ମହତ୍ୟା। ପେଟକୁ ନା ଅଛି ଦାନା ନାଁ ମୁଣ୍ଡ ଗୁଞ୍ଜିବାକୁ ଚାଳ। ଏଭଳି ପରିସ୍ଥିତିରେ ପାଞ୍ଚ ପାଞ୍ଚଟି ଛୁଆ। ତେଣୁ ୪ ମାସର ଜନ୍ମିତ ଶିଶୁ ପୁତ୍ରକୁ ବିକ୍ରି କଲେ ବାପା ଓ ମା। ପରେ ଛୁଆକୁ ହରାଇବା ଦୁଃଖରେ ଭାଙ୍ଗିପଡି ଶେଷରେ ବାପା ନିଜ ଜୀବନ ହରାଇ ବସିଲା। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ ସମନାଥ ଖିଲଙ୍କ ଘର। କୁଲି ମଜୁରୀ କରି ସ୍ତ୍ରୀ କୁନି ଖିଲ ଏବଂ ୫ଟି ସାନ୍ତାନକୁ ନେଇ ଖୁସିର ସଂସାର ଚାଲିଥାଏ। ୫ଟି ସାନ୍ତାନ ମଧ୍ୟରେ ୪ଟି ଶିଶୁ ପୁତ୍ର ଏବଂ ଗୋଟିଏ ଶିଶୁକନ୍ଯା। ଏମାନଙ୍କୁ ପେଟକୁ ଦାନ ଯୋଗାଡ କରିବା ସମନାଥଙ୍କ ପାଇଁ ବଡ଼ କଷ୍ଟ ହୋଇପଡିଲା। ତେଣୁ ୪ମାସର  ଜନ୍ମିତ ଶିଶୁପୁତ୍ର ରାଜାକୁ ଶେଷରେ ବିକ୍ରି କରି କିଛିଦିନ ପାଇଁ ପରିବାରର ଦାନା ଯୋଗାଡ଼ କରିଥିଲେ ବାପା ସମନାଥ।ହେଲେ ନିଜ ଜନ୍ମିତ ପିଲାକୁ ପର ଘରେ ବିକ୍ରି କରି ବାପା ମା ଅବା କେମିତି ଶାନ୍ତିରେ ଶୋଇପାରିବ? । ମାନସିକ ଭାରସାମ୍ଯ ହରାଇବସିଲେ ସମନାଥ। ତେଣୁ ପିଲାର ଚିନ୍ତାରେ ଶେଷରେ ବାପା ସମନାଥ ବେକରେ ରଶି ଲଗାଇ ଆଜି ଆତ୍ମହତ୍ୟା କରିଛନ୍ତି।

 

ମା କୁନି ଖିଲ ଏବେ ବେସାହାରା। ୪ ଟି ପିଲା ଙ୍କୁ ଧରି କେମିତି ଚଳିବ ସେଇ ଚିନ୍ତାରେ ଭାଙ୍ଗିପଡିଛି। ଘରେ ଥିବା ୩ ପୁଅ ଏବଂ ଗୋଟିଏ ଝିଅକୁ ସରକାର   ସହାରା ଦେବାକୁ ଗୁହାରି କରିଛି ମା କୁନି ଖିଲ। ଏଠି ପ୍ରଶ୍ନ ଉଠିଛି ଜନ୍ମିତ ୪ ମାସର ଶିଶୁ ପୁତ୍ରକୁ ନେଲା କିଏ।   ଜିଲ୍ଲା ପ୍ରଶାସନକୁ କିମ୍ବା ଚାଇଲଡ଼ ଲାଇନ ଏବିଷୟରେ ଜାଣିପରିଲେ ନାହିଁ କେମିତି? ଯଦି ସେଭଳି କିଛି ସରକାରଙ୍କ ନିୟମ ପାଳନ କରାଯାଇନାହିଁ ତେବେ ଶିଶୁ କିଣିବା ବାଲାକୁ  କିଭଳି ଦଣ୍ଡ ମିଳିବା ଉଚିତ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.