କଟକରେ ନକଲି ଖାଦ୍ୟ ଆଉ ବ୍ରହ୍ମପୁରରେ ନକଲି ମଦ, ପୋଲିସ୍‌ କବଜାରେ ରାମଚନ୍ଦ୍ର

ବ୍ରହ୍ମପୁର (କେ ନ୍ୟୁଜ୍‌) : କଟକରୁ ବାହାରିଲା ନକଲି ଖାଇବା ସାମଗ୍ରୀ । ଆଉ ଏବେ ବ୍ରହ୍ମପୁରରୁ ଧରା ପଡ଼ିଛି ନକଲି ମଦ । ସହରର ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରୁ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନକଲି ମଦ ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ରାମ ଚନ୍ଦ୍ର ସାହୁଙ୍କ ଘରୁ ଏହି ସବୁ ନକଲି ମଦ ଜବତ କରିଛି ।
ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡର ୧୨ ପେଟି ମଦ ସହ ମଦ ବୋତଲର ଷ୍ଟିକର, କ୍ୟାପ୍, ବୋତଲ ଓ ସିଲ୍‌ ମେସିନ ପୋଲିସ ହାତରେ ଲାଗିଛି । ଗତ କଛି ଦିନ ହେଲା ଜୟନ୍ତ ସାହୁ ନାମକ ଜଣେ ଘର ମାଲିକ ଘରେ ରାମ ଚନ୍ଦ୍ର ଏହି ନକଲି ମଦ ତିଆରି କରି ଆସୁଥିଲେ । ତେବେ ପୋଲିସ ପାଖରେ ଏ ଖବର ପହଞ୍ଚିବା ପରେ ସେହି ଘରେ ଚଢ଼ାଇ କରାଯାଇଥିଲା । ଅଭିଯୁକ୍ତ ରାମ ଚନ୍ଦ୍ର ସାହୁଙ୍କୁ ପୋଲିସ ଅଟକ ରଖି ଅଧିକା ତଦନ୍ତ ଜାରି ରଖିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.