Below header

ଖୋର୍ଦ୍ଧା: ବାର୍ଡ ଫ୍ଲୁ ବେଳେ ବି ଚିଲିକା ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି, ୩ଟି ମୃତ ବିଦେଶୀ ପକ୍ଷୀ ସହ ଶିକାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାରେ ପୁଣି ଆରମ୍ଭ ହୋଇଗଲାଣି ପକ୍ଷୀ ଶୀକାର। ବଣ୍ୟ ପ୍ରାଣୀ ବିଭାଗର ସମସ୍ତ କଟକଣାକୁ ଫୁ କରି କରୁଛନ୍ତି ପକ୍ଷୀ ଶିକାର । ଦିନ ବେଳେ ବି ପକ୍ଷୀ ଶୀକାର କରିବାକୁ ପଛ ଘୁଞ୍ଚା ଦେଉ ନାହଁନ୍ତି ଶିକାରୀ । ଆଜି ଜଣେ ପକ୍ଷୀ ଶିକାରୀ ପକ୍ଷୀ ଶିକାର କରିବା ବେଳେ ବଣ୍ୟ ପ୍ରାଣୀ ବିଭାଗ ଧରିଛନ୍ତି । ଟାଙ୍ଗୀ ରେଞ୍ଜ ଅଭିମାନପୁର  ରିଙ୍ଗବନ୍ଧର  ଉଜ୍ଜଳା ଗୋପୀନ‍ାଥପୁର  ନିକଟରୁ ଜଣେ ପକ୍ଷୀ  ଶିକାରୀକୁ ଗିରଫ କରିଛି ବିଭାଗ । ତାଠାରୁ ୩  ଟି ମୃତ ବିଦେଶୀ ପକ୍ଷୀ  ସହ ଗୋଟିଏ ଜରି ବ୍ୟାଗ ଓ ପକ୍ଷୀ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ  ଜବତ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ । ଗିରଫ ଶିକାରୀ ହେଲେ ଉଜ୍ଜଳା ଗୋପୀନାଥପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁତ୍ର ଗୁରୁଦେବ ସାହୁ ବୟସ ୩୨ ବର୍ଷ ବୋଲି ଜଣାପଡିଛି ।

ଶିକାରୀମାନେ ନୀରିହ ପକ୍ଷୀ ମାନଙ୍କୁ କଇଁ ଫୁଲ କେଶରରେ  ଫୁରାଡନ୍ ଭଳି ମାରାତ୍ମକ ଵିଷ  ଦେଇ ଶୀକାର କରୁଥିବା ଜଣା ପଡିଛି । ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି ।  

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.