ଶ୍ରୀରାମ ଭୂମିକାରେ ସୁର, ରଙ୍ଗବତୀ ରାପର ସଫଳତା ପରେ ନୂଆ ଏକ ଭିଡିଓ ଆଲବମ୍‌ ନେଇ ଆସୁଛନ୍ତି ଜଟଣୀ ବିଧାୟକ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ପ୍ରଥମ ରାପ୍‌ ସଙ୍ଗ ହିଟ୍‌ ହେବା ପରେ ଆଉ ଏକ ଭିଡିଓ ଆଲବମ୍‌ ନେଇ ଆସୁଛନ୍ତି ‘ବଜା ତାଳି’ । ମାନେ ସୁର ଭାଇ ଓରଫ ବିଧାୟକ ସୁରେଶ ରାଉତରାୟ । ରାଜ୍ୟର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ ଏହି ଗୀତରେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ । ନିଜର ଖୋଲା ମନ୍ତବ୍ୟ ଓ ଡାଇଲଗ୍‌ବାଜି ପାଇଁ ଖୁବ୍‌ ଚର୍ଚ୍ଚାରେ ରହୁଥିବା ଏହି ଜନପ୍ରତିନିଧି କିଛିଦିନ ତଳେ ସମ୍ବଲପୁରୀ ନାଚରେ ଅଭିନୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହି ନେତାଙ୍କର ଆଉ ଏକ ଗୀତ ଆସୁଛି ସେଥିରେ ସେ ଅଛନ୍ତି ଶ୍ରୀରାମ ଭୂମିକାରେ ଅଭିନୟ କରିଛନ୍ତି ।

ଶ୍ରୀରାମ ଆସୁଛନ୍ତି ଖୋଲା ଜିପରେ, ସାଙ୍ଗରେ ଅଛନ୍ତି ସମର୍ଥକ। ସମ୍ପୂର୍ଣ୍ଣ ସୁସଜ୍ଜିତ, ମୁଣ୍ଡରେ ମୁକୁଟ, କାନ୍ଧରେ ଧନୁ । ସେହି ଡାଇଲଗ, ମାଡି ଚାଲ, ଖୁବ ସୁନ୍ଦର, ବିଉଟି ଫୁଲ, ଏମିତି କେତେ କଣ, ସବୁ ଡାଇଲଗକୁ ନିଜ ଢଙ୍ଗରେ କହି ଏକ ସୁଟିଂ ସେଟ୍‌ରେ ବ୍ୟସ୍ତ ଥିଲେ ସୁର ଭାଇ। ନୂଆବର୍ଷରେ ନୂଆ ଭେଟି ଦେବା ପାଇଁ ଏକ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଥିବା  ଭିଡ଼ିଓ ଅଲବମରେ ଅଭିନୟ କରିଛନ୍ତି ସୁର ରାଉତରାୟ। ଖୋର୍ଦ୍ଧା ବରୁଣେଇ ପୀଠରେ ଏହି  ଭିଡିଓ ଆଲବମଟି ସୁଟିଂ ହୋଇଥିଲା।  ଓଡ଼ିଶାରେ ରାମ ରାଜ୍ୟ, ଶାନ୍ତି ପ୍ରତିଷ୍ଠା ସହ ଯୁବ ସମାଜକୁ ନିଶା କବଳରୁ ଦୂରେଇ ରଖିବା ପାଇଁ ଅଭିନୟ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ବିଧାୟକ ସୁର ରାଉତରାୟ।

ଏହି ସଂସ୍ଥା ପୂର୍ବରୁ ସୁର ଭାଇଙ୍କୁ ନେଇ କରିଥିବା ଏକ ଗୀତ ଲୋକଙ୍କ ଭିତରେ ଖୁବ୍‌ ହିଟ୍‌ ହୋଇଛି । ତେଣୁ ଆଉ ଏକ ନୂଆ ସଚେତନତା ବାର୍ତ୍ତା ନେଇ ଯେଉଁ ଗୀତ ଭେଟି ଦେବାକୁ ଯାଉଛନ୍ତି, ସେଥିରେ ମଧ୍ୟ ସୁର ଭାଇ ଅଛନ୍ତି ମୁଖ୍ୟ ଭୂମିକାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.