Below header

ହଜାର ବର୍ଷର ପୁରୁଣା କାହାଣୀ : ଏହି ମନ୍ଦିରରେ ସାରା ଦେଶର କିନ୍ନର ହୁଅନ୍ତି ଏକାଠି, ଜାଣନ୍ତୁ କ’ଣ ରହିଛି କାରଣ

ଦେଶରେ କିନ୍ନରଙ୍କ ଚାଲି ଚଳଣ ସର୍ବଦା ରହସ୍ୟମୟ ଭାବେ ରହିଆସିଛି । ବଡ଼ କଥା ହେଉଛି କିନ୍ନରମାନେ ସେମାନଙ୍କ କୁଳ ଦେବୀଙ୍କୁ ମାନିଥାନ୍ତି । ସେମାନଙ୍କର କୁଳଦେବୀ ବହୁଚରା ମାତା ଭାବେ ପ୍ରସିଦ୍ଧ । ଗୁଜୁରାଟର ସେହସାଣା ଜିଲ୍ଲାରେ ବହୁଚରା ମା’ଙ୍କ ମନ୍ଦିର । କିନ୍ନର ମାତା ବହୁଚରାଙ୍କୁ ଅର୍ଦ୍ଧନାରୀଶ୍ୱର ଭାବେ ପୂଜା କରିଥାନ୍ତି । ମନ୍ଦିରରେ ସବୁଦିନ ବହୁତ ମୁର୍ଗ ବିଚରଣ କରୁଥିବାରୁ ମା’ଙ୍କୁ ମୁର୍ଗାବାଲି ବୋଲି ମଧ୍ୟ କହିଥାନ୍ତି ।

ମାନ୍ୟତା ରହିଛି କି ପୂଜା କରିବା ପାଇଁ ପ୍ରତିଦିନ ଏଠାକୁ ସାରା ଦେଶରୁ କିନ୍ନରମାନେ ଆସିଥାନ୍ତି । କେବଳ ସେତିକି ନୁହେଁ ଆଖପାଖର ଲୋକେ ମଧ୍ୟ ମା’ଙ୍କ ଉପରେ ଗଭୀର ବିଶ୍ୱାସ ରଖିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ, ବହୁଚରା ମାତା ଏକକାଳୀନ ବହୁ ରାକ୍ଷସଙ୍କୁ ବଦ୍ଧ କରିଥିଲେ । ସେଥିପାଇଁ ତାଙ୍କୁ ବହୁଚାରା ନାମ ଦିଆଯାଇଛି ବୋଲି କୁହାଯାଏ ।

ମନ୍ଦିରରେ ମୁର୍ଗ ରହିବା ପଛର କାହାଣୀ

ପୁରୁଖା ଲୋକଙ୍କ କହିବା ଅନୁଯାୟୀ, ଆଲ୍ଲାଉଦ୍ଦିନ ଖିଲିଜ ଯେବେ ଏଠାରେ ବିଜୟ କରି ଆସିଥିଲେ । ତାଙ୍କର ନଜର ଏହି ମନ୍ଦିର ଉପରେ ପଡ଼ିଥିଲା । ମନ୍ଦିରର ଧନ ସମ୍ପତ୍ତି ଦେଖି ଆଲ୍ଲାଉଦ୍ଦୀନ ଏହାକୁ ଲୁଟ୍‌ କରିବାକୁ ଚିନ୍ତା କଲେ । ବିଶାଳ ସେନା ନେଇ ସେ ଯେତେବେଳେ ଏହି ମନ୍ଦିର ଉପରେ ଆକ୍ରମଣ କଲେ । ସେତେବେଳେ ମନ୍ଦିର ପରିସରରେ ବହୁତ ମୃଗ ବୁଲୁଥିବାର ଦେଖିଲେ ।

ସୈନିକମାନେ କ୍ଷୁଦାର୍ତ୍ତ ଥିବାରୁ ମୃଗମାନଙ୍କୁ ମାରି ଖାଇବାକୁ ଲାଗିଲେ । ମୃଗଙ୍କୁ ଖାଇବା ପରେ ସେଠାରେ ଶୋଇ ପଡ଼ିଲେ । ପରେ ମୃଗଙ୍କୁ ଖାଇଥିବା ସୈନିକମାନେ ମରିଗଲେ । ଆଲ୍ଲାଉଦ୍ଦିନ ଏହା ଦେଖି ଭୟରେ ସେଠାରୁ ପଳାଇ ଯାଇଥିଲେ । ଫଳରେ ମନ୍ଦିର ଲୁଟ୍‌ ହେବାରୁ ବଞ୍ଚି ଯାଇଥିଲା । ସେହିଦିନ ଠାରୁ ଏହାକୁ ମୃଗା ବାଲି ମନ୍ଦିର ବୋଲି ମଧ୍ୟ କୁହାଯାଏ ।

Bahuchara_Mata_Temple-1

ଯେଉଁଥିପାଇଁ ଏହି ମନ୍ଦିରକୁ ଆସିଥାନ୍ତି କିନ୍ନର

ଏହି ମନ୍ଦିରକୁ କିନ୍ନର ଆସିବାର ମଧ୍ୟ ବହୁ କାରଣ ରହିଛି । ତେବେ ସବୁଠୁ ପ୍ରଚଳିତ କାହାଣୀ ହେଉଛି କି ଗୁଜୁରାଟ ରାଜାଙ୍କର କୈାଣସି ସନ୍ତାନ ନଥିଲେ । ବହୁଚରା ମାତାଙ୍କ ପୂଜା ପରେ ତାଙ୍କର ଏକ ପୁତ୍ର ସନ୍ତାନ ହେଲା । ହେଲେ ସେ ନପୁଂସକ ଥିଲେ । ପୁତ୍ର ଏଠାରେ ବହୁତ ପୂଜା ପାଠ କରିବା ପରେ ସେ ପୂର୍ଣ୍ଣ ଶରୀର ପ୍ରାପ୍ତ ହୋଇଥିଲେ । ହେଲେ ମା’ଙ୍କ ପୂଜା କରୁ କରୁ ସେ ମା’ଙ୍କ ଭକ୍ତ ପାଲଟି ଯାଇଥିଲେ ।

ତେଣୁ ସେ ରାଜପାଟ ଛାଡି ଏଠାରେ ରହିଗଲେ । ଏହା ପରଠାରୁ କିନ୍ନର ସମୁଦାୟ ନିଜର ମୁକ୍ତି ପାଇଁ ଏଠାରେ ପୂଜା କରିଥାନ୍ତି । ଯେପରି ପର ଜନ୍ମରେ ତାଙ୍କୁ କିନ୍ନର ଜନ୍ମରୁ ମୁକ୍ତି ମିଳୁ । ଏହାଛଡ଼ା ଏଠାରେ ନିସନ୍ତାନ ଦମ୍ପତି ସେମାନଙ୍କର ପୁତ୍ର ସନ୍ତାନ କାମନା କରି ଆସିଥାନ୍ତି । ସନ୍ତାନ ହେବା ପରେ ଏଠାରେ ଶିଶୁର ମୁଣ୍ଡନ କରିଥାନ୍ତି । ଏହାସହ ମନ୍ଦିରରେ ମୃଗ ଦାନ ବିଧି ମଧ୍ୟ ପ୍ରଚଳିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.