Below header

ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ସବୁ କାମ ହେବ ସଫଳ, ଥରେ ନିଶ୍ଚୟ ଆପଣେଇ ଦେଖନ୍ତୁ

ଆମକୁ ପିଲାଦିନରୁ ହିଁ ବାପା ମାଆ କୁହନ୍ତି ସୂର୍ଯ୍ୟାଦୟ ପୂର୍ବରୁ ଉଠିବା ଉଚିତ। ସେହିପରି ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସବୁ ବ୍ୟକ୍ତିଙ୍କୁ ସୂର୍ଯ୍ୟାଦୟ ପୂର୍ବରୁ ଉଠିବା ଆବଶ୍ୟକ ଏବଂ ସୂର୍ଯ୍ୟ ନମସ୍କାର କରିବା ମଧ୍ୟ ଉଚିତ। ଯାହାପରେ ଯାଇ ଦିନର ଆରମ୍ଭ କରିବା ଆବଶ୍ୟକ।

ହାତରେ ବାସ କରନ୍ତି ଭଗବାନ

ମାନ୍ୟତା ଅନୁଯାୟୀ ସକାଳୁ ଉଠି ମାତ୍ରକେ ଆପଣ ଅନ୍ୟ କାହାକୁ ନୁହେଁ ବରଂ ନିଜ ହାତର ଦର୍ଶନ କରିବା ଉଚିତ। କାହିଁକିନା ଏପରି କୁହାଯାଏ ଯେ ଏମିତି କରିବା ଦ୍ୱାରା ଦଶା ସୁଧୁରିଥାଏ ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଶାସ୍ତ୍ରରେ ଏପରି କୁହାଯାଇଛି ଯେ ହାତରେ ବ୍ରହ୍ମା, ବିଷ୍ଣୁ, ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ବାସ ଥାଏ। ସବୁ ମଣିଷ ଚାହାଁନ୍ତି ସେମାନଙ୍କ ଦିନର ଆରମ୍ଭ ଭଲରେ ହେଉ ଏବଂ ମନରେ ଆଶା ଏବଂ ଉତ୍ସାହର ସଞ୍ଚାର ହେଉ। ଏହାସହିତ ଦିନ ଯେପରି ଶୁଭ ହେଉ।

ଏହି ଶ୍ଳୋକକୁ କରନ୍ତୁ ଜପ

ଏଥିପାଇଁ ସକାଳୁ ଉଠିବା ସହିତ ଶ୍ଳୋକ ଉଚ୍ଚାରଣ କରିବା ଉଚିତ।

କରାଗ୍ରେ ବସତି ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ।
କରମୂଳେ ସ୍ଥିତୋ ବ୍ରହ୍ମା ପ୍ରଭାତେ କରଦର୍ଶନମ୍‌।।

ଏହାବ୍ୟତୀତ ଆଉ ଏକ ଶ୍ଳୋକ ହେଉଛି

ଓଁ କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ।
କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍‌।।

ଶୁଭ ଫଳ ପ୍ରାପ୍ତି ପାଇଁ ସକାଳୁ କରନ୍ତୁ ହାତର ଦର୍ଶନ

ଏହି ଶ୍ଳୋକର ଅର୍ଥ ହାତରେ ସବୁଠାରୁ ଅଗ୍ର ଭାଗରେ ଦେବୀ ଲକ୍ଷ୍ମୀ, ମଝିରେ ମା ସରସ୍ୱତୀ ଏବଂ ମୂଳ ଭାଗରେ ବ୍ରହ୍ମା ବାସ କରନ୍ତି। ଏଥିପାଇଁ ସକାଳୁ ହାତର ଦର୍ଶନ ଶୁଭ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.