ରାଜ୍ୟ

ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ: ବଗି ଛାଡ଼ି ଚାଲିଗଲା ଇଞ୍ଜିନ

ଟିଟିଲାଗଡ଼(କେନ୍ୟୁଜ୍):  ବଗି ଛାଡ଼ି ଚାଲିଗଲା ଇଞ୍ଜିନ। ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ। ଏକ କୋଇଲା ବୋଝେଇ ଗାଡିର ଇଞ୍ଜିନ ଏବଂ ୱାଗନ ଅଲଗା ହୋଇଯିବାରୁ ପ୍ରାୟ ୧ ଘଣ୍ଟା ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା। ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନର ଅପ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇ ହୋଇଥିଲା। ସମ୍ବଲପୁରରୁ ଡବଲ ଡାଇମଣ୍ଡ କୋଇଲା ବୋଝେଇ ଟ୍ରେନ ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଂଚିବା ପୂର୍ବରୁ ଖଜୁରପଡା ଫାଟକରେ ଇଂଜିନରୁ ୮ଟି ୱାଗନ ଅଲଗା ହୋଇଯାଇଥିଲା।

ଲୋକୋ ପାଇଲଟ ଜାଣିିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ଜଣାଇଥିଲେ। ଖବର ପାଇ ଏକ ବୈଷୟିକ ଟିମ ଆସି ଅଲଗା ହୋଇ ରହିଥିବା ବଗି ଗୁଡିକୁ ଯାଞ୍ଚ କରିଥିଲେ। ପୁଣି ଟ୍ରେନଟିକୁ ପଛକୁ ଫେରାଇ ଅଲଗା ରହିଯାଇଥିବା ୱାଗନ ଗୁଡିକୁ ସଂଯୋଗ କରିଥିଲେ। ଅଘଟଣ ପାଇଁ ଖଜୁରପଡା ଫାଟକ ଦେଢ଼ ଘଣ୍ଟା ଧରି ବନ୍ଦ ରହିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।.

Sasmita

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

57 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago