ରାଜ୍ୟ

ଝାରସୁଗୁଡା: ଜିଲ୍ଲାପାଳ ଅଫିସ ଆଗରେ ଅନଶନରେ ବସିଲେ ଅନୁପ ସାଏଙ୍କ ପରିବାର, ଛତିଶଗଡ ପୋଲିସ ନାଁରେ ଆଣିଲେ ସଂଘାତିକ ଅଭିଯୋଗ

ଝାରସୁଗୁଡା(କେନ୍ୟୁଜ୍): ଛତିଶଗଡ ପୋଲିସ ଅନୁପ ସାଏଙ୍କୁ ମାନସିକ ଚାପ ଦେଇଛି। ଏଭଳି ଅଭିଯୋଗ ଆଣି ଝାରସୁଗୁଡା ଜିଲ୍ଲାପାଳ ଅଫିସ ଆଗରେ ଅନୁପଙ୍କ ପରିବାର ଲୋକେ ଧାରଣାରେ ବସିଛନ୍ତି। ସେମାନେ କହିଛନ୍ତି ଅନୁପ ନିର୍ଦ୍ଦେଶ ଅଟନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ଏହାସହ ଛତିଶଗଡ ପୋଲିସ ତାଙ୍କୁ ତଦନ୍ତ ସମୟରେ ମାନସିକ ଚାପ ପକାଇ ହତ୍ୟାକାଣ୍ଡ କରିଥିବା ନେଇ ସ୍ବିକାର କରିବାକୁ କହୁଛି।  ଯଦି ଅନୁପ ହତ୍ୟା କରିଥିବାର ନମାନିବେ ତେବେ ତାଙ୍କ ପରିବାର ଲୋକଙ୍କୁ ଜଣ ଜଣ କରି ଗିରଫ କରାଯିବ ବୋଲି ଛତିଶଗଡ ପୋଲିସ ଭୟ ଦେଖାଉଥିବାର ଅଭିଯୋଗ ଆଣିଛନ୍ତି ଅନୁପଙ୍କ ପରିବାର। ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି  ଛତିଶଗଡ ପୋଲିସର ଅତ୍ୟାଚାରରୁ ଅନୁପଙ୍କୁ ବଞ୍ଚାଇବା ପାଇଁ ଦାବି କରିଛନ୍ତି। ପରିବାର ଲୋକ କହିଛନ୍ତି  ଯେପର୍ଯ୍ୟନ୍ତ ଛତିଶଗଡ ପୋଲିସ ଅନୁପଙ୍କ ଉପରେ ଅତ୍ୟାଚାର ବନ୍ଦ ନକରିଛି ସେ ପର୍ଯ୍ୟନ୍ତ ଜିଲ୍ଲାପାଳ ଅଫିସ ନିକଟରେ ଅନଶନରେ ବସି ରହିବେ ।

 

 

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

17 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

20 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

24 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

36 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

53 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago