ଝାରସୁଗୁଡା: ଜିଲ୍ଲାପାଳ ଅଫିସ ଆଗରେ ଅନଶନରେ ବସିଲେ ଅନୁପ ସାଏଙ୍କ ପରିବାର, ଛତିଶଗଡ ପୋଲିସ ନାଁରେ ଆଣିଲେ ସଂଘାତିକ ଅଭିଯୋଗ
ଝାରସୁଗୁଡା(କେନ୍ୟୁଜ୍): ଛତିଶଗଡ ପୋଲିସ ଅନୁପ ସାଏଙ୍କୁ ମାନସିକ ଚାପ ଦେଇଛି। ଏଭଳି ଅଭିଯୋଗ ଆଣି ଝାରସୁଗୁଡା ଜିଲ୍ଲାପାଳ ଅଫିସ ଆଗରେ ଅନୁପଙ୍କ ପରିବାର ଲୋକେ ଧାରଣାରେ ବସିଛନ୍ତି। ସେମାନେ କହିଛନ୍ତି ଅନୁପ ନିର୍ଦ୍ଦେଶ ଅଟନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ଏହାସହ ଛତିଶଗଡ ପୋଲିସ ତାଙ୍କୁ ତଦନ୍ତ ସମୟରେ ମାନସିକ ଚାପ ପକାଇ ହତ୍ୟାକାଣ୍ଡ କରିଥିବା ନେଇ ସ୍ବିକାର କରିବାକୁ କହୁଛି। ଯଦି ଅନୁପ ହତ୍ୟା କରିଥିବାର ନମାନିବେ ତେବେ ତାଙ୍କ ପରିବାର ଲୋକଙ୍କୁ ଜଣ ଜଣ କରି ଗିରଫ କରାଯିବ ବୋଲି ଛତିଶଗଡ ପୋଲିସ ଭୟ ଦେଖାଉଥିବାର ଅଭିଯୋଗ ଆଣିଛନ୍ତି ଅନୁପଙ୍କ ପରିବାର। ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଛତିଶଗଡ ପୋଲିସର ଅତ୍ୟାଚାରରୁ ଅନୁପଙ୍କୁ ବଞ୍ଚାଇବା ପାଇଁ ଦାବି କରିଛନ୍ତି। ପରିବାର ଲୋକ କହିଛନ୍ତି ଯେପର୍ଯ୍ୟନ୍ତ ଛତିଶଗଡ ପୋଲିସ ଅନୁପଙ୍କ ଉପରେ ଅତ୍ୟାଚାର ବନ୍ଦ ନକରିଛି ସେ ପର୍ଯ୍ୟନ୍ତ ଜିଲ୍ଲାପାଳ ଅଫିସ ନିକଟରେ ଅନଶନରେ ବସି ରହିବେ ।