ଡାଟାଏଣ୍ଟ୍ରୀ ଅପରେଟର ଯୁବକଙ୍କଠାରୁ ଚାକିର ନିୟମିତ କରାଇଦେବାକୁ କହି ଲାଞ୍ଚଖାଇଲେ ନବରଙ୍ଗପୁର ଆରଟିଓ, ଭିଡିଓ ହେଲା ଭାଇରଲ

ନବରଙ୍ଗପୁର(କେନ୍ୟୁଜ୍): ଠିକ କର୍ମଚାରୀଙ୍କ ଚାକିରିକୁ ସ୍ଥାୟୀ କରିବା ନେଇ ଲାଞ୍ଚ ନେଇ ହରଡ ଘଣାରେ ନବରଙ୍ଗପୁର ଆରଟିଓ। ଲକ୍ଷ୍ମୀନାଥ ହରିଜନ ନାମକ ଜଣେ ଯୁବକ M.N ଏଣ୍ଟରପ୍ରାଇଜେସ ଠିକା ସଂସ୍ଥା ତରଫରୁ ଆରଟିଓ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ । ଦୀର୍ଘ ୧୬ ମାସ ହେଲା ଲକ୍ଷ୍ମୀନାଥ ଦରମା ପାଇନଥିବାରୁ ବକେୟା ଟଙ୍କା ପାଇବା  ଓ ଡାଟାଏଣ୍ଟ୍ରୀ ଚାକିରକୁ ନିୟମିତ କରାଇଦେବାକୁ ଆରଟିଓଙ୍କୁ  ନିବେଦନ କରିଥିଲେ। ଆରଟିଓ ବକେୟା ଦରମାର ଫାଇଲ ପୁଟପ ଓ ଚାକିରକୁ ନିୟମିତ କରାଇଦେବାକୁ ଲକ୍ଷୀନାଥଙ୍କଠାରୁ ଲାଞ୍ଚ ମାଗିଥିଲେ। ଲକ୍ଷ୍ମୀନାଥ  ମଧ୍ୟ ଆରଟିଓଙ୍କ କହିବା ମୁତାବକ ତାଙ୍କ ବାସଭବନକୁ ଯାଇ ପ୍ରଥମେ ୩୦ ହଜାର ଟଙ୍କା ଦେଇଥିଲେ ଓ ପରେ ଅନ୍ୟ ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ଲକ୍ଷ୍ମୀନାଥ ୪୦ ହଜାର ଟଙ୍କା ପଠାଇଥିଲେ।  କିନ୍ତୁ ଟାଙ୍କା  ଲାଞ୍ଚ ନେବା ପରେ ଆରଟିଓ ତାଙ୍କର କୌଣସି କାମ କରିନଥିଲେ । ଏବିଷୟରେ ଲକ୍ଷ୍ମୀନାଥ ବାରମ୍ବାର ଆରଟିଓଙ୍କୁ  ପଚାରିବାରୁ ଆରଟିଓ ବିଗିଡି ଯାଇ ଲକ୍ଷ୍ମୀନାଥଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ଅଫିସ ଆସିବାକୁ ମନାକରିଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲକ୍ଷ୍ମୀନାଥଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ  ଆରଟିଓଙ୍କୁ ଦେଇଥିବା ଟଙ୍କା ଓ  ୧୬ ମାସର ଦରମା ପାଇବା ଆରଟିଓଙ୍କୁ  ଦେଖା କରିବାକୁ ଯାଇଥିଲେ। କିନ୍ତୁ ଆରଟିଓ ତାଙ୍କର କିଛି ବିଶ୍ବସ୍ଥ ଲୋକଙ୍କ ସହାୟତାରେ ଲକ୍ଷ୍ମୀନାଥଙ୍କୁ ଅଫିସ ବାହାରକୁ ନେଇ ହାତରେ  କିଛି ଟଙ୍କା ଦେଇଥିଲେ ଓ କହିଥିଲେ ବାକି ବଳକା ଟଙ୍କା ଖୁବ ଶିଘ୍ର ଦିଆଯିବ । ଏହି ଘଟଣାକୁ ଯେମିତି ମିଡିଆ ଫ୍ଲାସ ନହୁଏ ସେ ନେଇ ଆରଟିଓ ତାଙ୍କ ବିଶ୍ବସ୍ଥ ଲୋକ ମାନଙ୍କ ଦ୍ବାରା ଧମକ ଦେଇଥିବାର ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀନାଥ । ତେବେ ଏହି ଘଟଣାକୁ ନେଇ ଲକ୍ଷ୍ମୀନାଥ ମାନସିକ ଚାପରେ ରହୁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଲକ୍ଷ୍ମୀନାଥ ।