ଜାଣନ୍ତୁ କେମିତି କଟିବ ଆଜିର ଦିନ
ମେଷ : ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ବୃଷ : କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଦିନଟି ଏତେ ଭଲରେ କଟିବ ନାହିଁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।
ମିଥୁନ : ମାନ-ସମ୍ମାନ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
କର୍କଟ : କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ହସଖୁସିରେ ସମୟ ବିତାଇବେ। ଖର୍ଚ୍ଚ ବଢ଼ିବ।
ସି˚ହ : ସହକର୍ମୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ।
କନ୍ୟା : କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।
ତୁଳା : ଭାଗ୍ୟ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ।
ବିଛା : ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଶରୀର ଅସୁସ୍ଥ ରହିବ।
ଧନୁ : ଧନପ୍ରାପ୍ତି ଯୋଗ ରହିଛି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଲିମକଦ୍ଦମାରେ ବିଜୟୀ ହେବେ।
ମକର : ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଅଳସୁଆ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କୁମ୍ଭ : ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆୟ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମୀନ : ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଶୁଭ ଖବର ଶୁଣିବେ।