କିଟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ଦିନ

ସେପଟେ କିଟରେ ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ଦିନ । ସକାଳ ୭ ଟାରୁ ଆରମ୍ଭ ହୋଇଛି ହକି ଲଢେଇ । ପରେ ପରେ ବାସ୍କେଟ ବଲ, ଭଲିବଲ , ଆର୍ଚେରୀର ପରବର୍ତ୍ତୀ ରାଉଣ୍ଡ ଖେଳାଯିବ । ଗତକାଲି ଖେଳାଯାଇଥିବା ଆର୍ଚେରୀ ଦଳଗତ ରିଜର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ସୂର୍ଯ୍ୟମଣି ମାଝି, ରଞ୍ଜିତ ନାୟକ , ଶ୍ରବଣ କୁମାରଙ୍କୁ ନେଇ ଗଠିତ କିଟ୍‌ ଦଳ ସର୍ବାଧିକ ପଏଣ୍ଟ ହାସଲ କରି ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛି । ସେପଟେ କୋହ୍ଵନ ବିଶ୍ୱ ବିଦ୍ୟାଳୟର କୋମଲିକା ବାରି ଓ ପଞ୍ଜାବ ବିଶ୍ୱ ବିଦ୍ୟାଳୟର ସଙ୍ଗମପ୍ରୀତ ବିସନା ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗ ରିଜର୍ଭ ଯୋଗ୍ୟତା ପର୍ଯ୍ୟାୟରେ ଆଧିପତ୍ୟ ଜାରି ରଖି ସର୍ବାଧିକ ପଏଣ୍ଟ ହାତେଇଛନ୍ତି ।.