Below header

ନମସ୍ତେ ଟ୍ରମ୍ପ: ସ୍ୱାଗତ ପାଇଁ ସଜେଇ ହେଉଛି ଅହମ୍ମଦାବାଦ

ଟ୍ରମ୍ପଙ୍କ ଗସ୍ତ ପାଇଁ ସଜେଇ ହେଉଛି ଅହମ୍ମଦାବାଦ । ସାରା ସହର ଏବେ ଟ୍ରମ୍ପ ଆଉ ମୋଦି ମୟ । ଯେଉଁଠି ଦେଖିଲେ ଟ୍ରମ୍ପ ଓ ମୋଦିଙ୍କ ହୋର୍ଡିଂ ଆଉ ବ୍ୟାନର । ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିମାନ ବନ୍ଦରରେ ୧୫୦ ଫୁଟ ଲମ୍ବ ରେଡ୍‌ କାର୍ପେଟ ପକାଇ ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରାଯିବ । ୩ ଶହରୁ ଅଧିକ ଲୋକ ନୃତ୍ୟ କଳାକାର ନାଚ ଗୀତ ପରିବେଷଣ କରିବେ । ୧୭ଟି ଗ୍ରୁପ୍‌ରେ ବିଭକ୍ତ ହୋଇ ସ୍ୱାଗତ ନୃତ୍ୟ ପରିବେଷଣ କରିବେ । ଏଥିପାଇଁ ଜୋରଦାର ରିହରର୍ସଲ ଚାଲିଛି । ଦେଶାତ୍ମକ ବୋଧ ସଂଗୀତ ସହ ଛାତ୍ରଛାତ୍ରୀମାନେ ମଧ୍ୟ ଜାତୀୟ ପତକା ଦେଖାଇ ସ୍ୱାଗତ କରିବେ । ଏଥିପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି । ଲୋକଙ୍କ ଭିତରେ ମଧ୍ୟ ନାହିଁ ନଥିବା ଉତ୍ସାହ ।ଅନ୍ୟପଟେ ସାରା ସହର ଏବେ ନାକାବନ୍ଦୀ । ସହରରେ ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ କରାଯାଇଛି । ସରା ସହର ଏବେ ପୋଲିସ ଛାଉଣୀ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.