ରାଜ୍ୟ

ସତ ଓଗାଳିବେ ଅନୁପ ସାଏ: ରିମାଣ୍ଡରେ ନେବା ପରେ ବର୍ଦ୍ଧନ ଟପ୍ପୋଙ୍କ ସହ ମୁହାଁମୁହିଁ ହେବ ଜେରା, ଆଜି ନାର୍କୋ ଟେଷ୍ଟ ଅନୁମତି ଉପରେ ଶୁଣାଣି

କେନ୍ୟୁଜ୍: ଛତିଶଗଡ଼ରେ ଡବଲ ମର୍ଡର ମାମଲାରେ ନାର୍କୋ ଟେଷ୍ଟର ଶୁଣାଣି କରିବେ ରାୟଗଡ଼ କୋର୍ଟ । ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପରେ ଉଭୟଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରାଯିବ । ଅନୁପ ସାଏଙ୍କୁ ତିନି ଦିନ ଓ ବର୍ଦ୍ଧନ ଟପ୍ପୋଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଛି ଛତିଶଗଡ଼ ପୋଲିସ । ଏହି ସମୟ ମଧ୍ୟରେ ଅଧିକ ତଥ୍ୟ ହାସଲ କରିବ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଓ ଇନୋଭା ଗାଡି ଏବେ କେଉଁଠି ? ଘଟଣାରେ ଆଉ କାହାର ରହିଛି ସମ୍ପୃକ୍ତି ? ତୃତୀୟ ବ୍ୟକ୍ତି କିଏ ? ଏସବୁର ତଥ୍ୟ ସାମନାକୁ ଆସିବ । ରିମାଣ୍ଡ ବେଳେ ହତ୍ୟାକାଣ୍ଡ ସମ୍ପର୍କୀତ ଅନେକ ତଥ୍ୟ ଆସିବ ।

ସେପଟେ ଅନୁପଙ୍କ ଘରେ ଥିବା ଏକ ଇନୋଭାକୁ ଜବତ କରିଛି ପୋଲିସ । ଅନୁପ ସାଏଙ୍କ ଘରେ ଏକ କଳା ରଙ୍ଗର ଇନୋଭା ରହିଥିଲା । ଏନେଇ କଳିଙ୍ଗ ଟିଭିରେ ପ୍ରଥମେ ଖବର ପ୍ରସାରଣ କରାଯାଇଥିଲା । ଏହି ଇନୋଭା ହତ୍ୟାକାଣ୍ଡ ବେଳେ ବ୍ୟବହୃତ ଇନୋଭା ଗାଡି ନୁହତ ? ଏହି ଇନୋଭାରେ ହତ୍ୟାକାଣ୍ଡ ଘଟାଯାଇନଥିଲା ତ ?

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 min ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

47 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

52 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago