ସତ ଓଗାଳିବେ ଅନୁପ ସାଏ: ରିମାଣ୍ଡରେ ନେବା ପରେ ବର୍ଦ୍ଧନ ଟପ୍ପୋଙ୍କ ସହ ମୁହାଁମୁହିଁ ହେବ ଜେରା, ଆଜି ନାର୍କୋ ଟେଷ୍ଟ ଅନୁମତି ଉପରେ ଶୁଣାଣି

କେନ୍ୟୁଜ୍: ଛତିଶଗଡ଼ରେ ଡବଲ ମର୍ଡର ମାମଲାରେ ନାର୍କୋ ଟେଷ୍ଟର ଶୁଣାଣି କରିବେ ରାୟଗଡ଼ କୋର୍ଟ । ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପରେ ଉଭୟଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରାଯିବ । ଅନୁପ ସାଏଙ୍କୁ ତିନି ଦିନ ଓ ବର୍ଦ୍ଧନ ଟପ୍ପୋଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେଇଛି ଛତିଶଗଡ଼ ପୋଲିସ । ଏହି ସମୟ ମଧ୍ୟରେ ଅଧିକ ତଥ୍ୟ ହାସଲ କରିବ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଓ ଇନୋଭା ଗାଡି ଏବେ କେଉଁଠି ? ଘଟଣାରେ ଆଉ କାହାର ରହିଛି ସମ୍ପୃକ୍ତି ? ତୃତୀୟ ବ୍ୟକ୍ତି କିଏ ? ଏସବୁର ତଥ୍ୟ ସାମନାକୁ ଆସିବ । ରିମାଣ୍ଡ ବେଳେ ହତ୍ୟାକାଣ୍ଡ ସମ୍ପର୍କୀତ ଅନେକ ତଥ୍ୟ ଆସିବ ।

anup saiସେପଟେ ଅନୁପଙ୍କ ଘରେ ଥିବା ଏକ ଇନୋଭାକୁ ଜବତ କରିଛି ପୋଲିସ । ଅନୁପ ସାଏଙ୍କ ଘରେ ଏକ କଳା ରଙ୍ଗର ଇନୋଭା ରହିଥିଲା । ଏନେଇ କଳିଙ୍ଗ ଟିଭିରେ ପ୍ରଥମେ ଖବର ପ୍ରସାରଣ କରାଯାଇଥିଲା । ଏହି ଇନୋଭା ହତ୍ୟାକାଣ୍ଡ ବେଳେ ବ୍ୟବହୃତ ଇନୋଭା ଗାଡି ନୁହତ ? ଏହି ଇନୋଭାରେ ହତ୍ୟାକାଣ୍ଡ ଘଟାଯାଇନଥିଲା ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.