ଜର୍ମାନୀର ହନାଉ ସହରରେ ଥିବା ଏକ ବାର୍ରେ ବିଳମ୍ବିତ ରାତିରେ ଗୁଳିମାଡ: ୮ ମୃତ, ୫ଗୁରୁତର
![bar](https://knewsodisha.com/wp-content/uploads/2020/02/bar.jpg)
ଜର୍ମାନୀ: ଜର୍ମାନୀର ହନାଉ ସହରରେ ଥିବା ଏକ ବାର୍ରେ ଗୁଳିମାଡ । ବିଳମ୍ବିତ ରାତିରେ ହୋଇଥିବା ଏହି ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଜଣେ ଦୁର୍ବୃତ୍ତ ହନାଉ ସହରର ଶିଶା ବାର ଉପରେ ଆଖିବୁଜା ଗୁଳିମାଡ କରିଥିଲା । ଦୁଇଟି ବାର୍ରେ ଗୁଳିମାଡ଼ ହୋଇଥିଲା । ପ୍ରଥମ ଗୁଳିମାଡ଼ରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ଗୁଳିମାଡ଼ରେ ୫ ଜଣଙ୍କ ଜୀବନ ଯାଇଛି ।