ଆନ୍ତର୍ଜାତିକ ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାର ଷଷ୍ଠ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ଆର୍ଟ ଅଫ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ସାକ୍ଷାତ କରିଥିଲେ। ଏହାସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଡକ୍ଟର ସାମନ୍ତ ରାଜ୍ୟପାଳଙ୍କୁ ଏକ ପୁସ୍ତକ ପ୍ରଦାନ କରିଥିଲେ। ରାଜ୍ୟପାଳ ମଧ୍ୟ ଡକ୍ଟର ସାମନ୍ତଙ୍କୁ ଦୁଇଟି ପୁସ୍ତକ ପ୍ରଦାନ କରିଥିଲେ। ଆସନ୍ତାକାଲିଠାରୁ ଆର୍ଟ ଅଫ ଗିଭିଂ ବିଧିବଦ୍ଧ ଭାବେ ସପ୍ତାହେ ବ୍ୟାପୀ ପାଳନ ହେବ। ଭାରତ ସମେତ ବିଶ୍ୱର ୧୨୦ ଦେଶର ୨୦ ହଜାର କେନ୍ଦ୍ରରେ ଏହା ପାଳିତ ହେବ। ଚଳିତ ବର୍ଷ ଶିକ୍ଷାକୁ ଭିତ୍ତି କରି ଆର୍ଟ ଅଫ ଗିଭିଂର ଥିମ୍ ରହିଛି Bag of Happiness ଅର୍ଥାତ ଖୁସିର ବ୍ୟାଗ୍। ଚଳିତବର୍ଷ ଆର୍ଟ ଅଫ୍ ଗିଭିଂ ୟୁନେସ୍କୋ ଓ ମହାତ୍ମା ଗାନ୍ଧି ଇଅନଷ୍ଟିଚ୍ୟୁଟ ଅଫ ଏଜୁକେସନ୍ ଫର୍ ପିସ୍ ଏଣ୍ଡ ସଷ୍ଟେନେବୁଲ୍ ଡେଭଲପମେଣ୍ଟ ବା MGIEP ସହଭାଗିତାରେ ଅନୁଷ୍ଠିତ ହେଉଛି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…