Below header

ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂ ପ୍ରତିଷ୍ଠାର ଷଷ୍ଠ ବାର୍ଷିକୀ, ରାଜ୍ୟପାଳଙ୍କୁ ଭେଟି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂ ପ୍ରତିଷ୍ଠାର ଷଷ୍ଠ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଆର୍ଟ ଅଫ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରିଥିଲେ। ଏହାସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଡକ୍ଟର ସାମନ୍ତ ରାଜ୍ୟପାଳଙ୍କୁ ଏକ ପୁସ୍ତକ ପ୍ରଦାନ କରିଥିଲେ। ରାଜ୍ୟପାଳ ମଧ୍ୟ ଡକ୍ଟର ସାମନ୍ତଙ୍କୁ ଦୁଇଟି ପୁସ୍ତକ ପ୍ରଦାନ କରିଥିଲେ। ଆସନ୍ତାକାଲିଠାରୁ ଆର୍ଟ ଅଫ ଗିଭିଂ ବିଧିବଦ୍ଧ ଭାବେ ସପ୍ତାହେ ବ୍ୟାପୀ ପାଳନ ହେବ। ଭାରତ ସମେତ ବିଶ୍ୱର ୧୨୦ ଦେଶର ୨୦ ହଜାର କେନ୍ଦ୍ରରେ ଏହା ପାଳିତ ହେବ। ଚଳିତ ବର୍ଷ ଶିକ୍ଷାକୁ ଭିତ୍ତି କରି ଆର୍ଟ ଅଫ ଗିଭିଂର ଥିମ୍‌ ରହିଛି Bag of Happiness ଅର୍ଥାତ ଖୁସିର ବ୍ୟାଗ୍‌। ଚଳିତବର୍ଷ ଆର୍ଟ ଅଫ୍‌ ଗିଭିଂ ୟୁନେସ୍କୋ ଓ ମହାତ୍ମା ଗାନ୍ଧି ଇଅନଷ୍ଟିଚ୍ୟୁଟ ଅଫ ଏଜୁକେସନ୍‌ ଫର୍‌ ପିସ୍‌ ଏଣ୍ଡ ସଷ୍ଟେନେବୁଲ୍‌ ଡେଭଲପମେଣ୍ଟ ବା MGIEP ସହଭାଗିତାରେ ଅନୁଷ୍ଠିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.