ପୁଅ ସହିତ ସ୍କୁଲରେ ପଢ଼ିବାର ଇଚ୍ଛା ରଖି ୟୁନିଫର୍ମ ପିନ୍ଧି ସ୍କୁଲରେ ପହଁଚିଗଲେ ମା’

ମନରେ ଯଦି କିଛି କରି ଦେଖାଇବାର ଆଗ୍ରହ ଏବଂ ଦ୍ରୁଢ଼ ଇଚ୍ଛାଶକ୍ତି ଥାଏ ତେବେ ବୟସ ବାଧା ଦେଇପାରିବନାହିଁ। ଏହା ପ୍ରମାଣ କରିଦେଖାଇଛନ୍ତି ତ୍ୟୁନି ର ସରନାଡ ପାଣୀ ଗାଁର ୩୫ ବର୍ଷିୟା ରେଖା। ତାଙ୍କର ଦୁଇଟି ସନ୍ତାନ ପୁଅ ସନ୍ଦୀପ ନବମ ଶ୍ରେଣୀରେ ଛାତ୍ର ଅଟେ।

ଝିଅ ପ୍ରୀତି ଚଳିତ ବର୍ଷରେ ଦଶମ ପରୀକ୍ଷା ଦେଇଛି। ଏବେ ରେଖା ମଧ୍ୟ ନିଜର ପିଲାଙ୍କ ଭଳି ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଚାହାନ୍ତି ଯେ ସେ ନବମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଅନ୍ତୁ। ତାଙ୍କର ଏହି ଉତ୍କଣ୍ଠା ଏବଂ ଆଗ୍ରହକୁ ଦେଖି ସ୍କୁଲର ପ୍ରିନ୍ସପାଲ ତାଙ୍କୁ ଣ୍ରେଣୀରେ ବସିବା ପାଇଁ ଅନୁମତି ଦେଲେ।

ଆହୁରି ପଢ଼ନ୍ତୁ : ମା’ର ମମତା ଅତୁଳନୀୟ, ଦୁର୍ଘଟଣା ପରେ ନିଜ ଯନ୍ତ୍ରଣାକୁ ଭୁଲି ସନ୍ତାନକୁ ସ୍ତନ୍ୟପାନ କରାଇଲେ ମହିଳା

ସ୍କୁଲର ପ୍ରିନ୍ସପାଲ ପ୍ରଥମେ ଏହାକୁ ମଜାକ ବୋଲି ଭାବୁଥିଲେ, କିନ୍ତୁ ଯେତେବେଳେ ତାଙ୍କ ସ୍ବାମୀଙ୍କ ପାଖରୁ ଏହି ବିଷୟରେ ବୁଝିଲେ ତେବେ ଯାଇ ତାଙ୍କର ବିଶ୍ବାସ ହେଲା। ସେ ଜଣାଇଥିଲେ ଯେ ସେ ପାଠ ପଢ଼ିବା ପାଇଁ ଇଚ୍ଛା ରଖିଛନ୍ତି। ଏହାପରେ ରେଖାଙ୍କୁ ଶ୍ରେଣୀରେ ବସିବା ପାଇଁ ଅନୁମତି ଦିଆଯାଇଥିଲା।

ଅବଶ୍ୟ ଏବେ ପର‌୍ୟ୍ୟନ୍ତ ତାଙ୍କୁ ସ୍କୁଲରେ ବସିବା ପାଇଁ ଅନୁମତି ଦିଆଯାଇନାହିଁ। ସ୍କୁଲର ଶିକ୍ଷାଧିକାରୀ କହିଛନ୍ତି ଯେ ରେଖା ପ୍ରାଇଭେଟରେ ନବମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ତାଙ୍କୁ ସ୍କୁଲରେ ବସିବାକୁ ଅନୁମତି ମିଳିଥିଲା। ରେଖାଙ୍କର ବୟସକୁ ଲକ୍ଷ୍ୟ କରି ତାଙ୍କୁ ସ୍କୁଲରେ ଆଡମିସନ ଦିଆଯାଇପାରିବ ନାହିଁ। ତାଙ୍କୁନବମର ପ୍ରାଇଭେଟ ଫର୍ମ ଭରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.