ସମ୍ବଲପୁର : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡ୍ରାଇଭର ଗିରଫ

ସମ୍ବଲପୁର : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡ୍ରାଇଭର ଗିରଫ। ସମ୍ବଲପୁରର ଧନୁପାଲି ଥାନାରେ ପୀଡ଼ିତା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ଲକ୍ଷ୍ଣଣ ବର୍ମା । କାମ ଖୋଜିବାକୁ ଗତକାଲି ସୁନ୍ଦରଗଡ଼ର ଏକ ଦମ୍ପତି ସମ୍ବଲପୁର ଆସିଥିଲେ। ଏମାନଙ୍କୁ ଅଇଁଠାପାଲି ବସ ଟର୍ମିନାଲରେ ଏକୁଟିଆ ଦେଖି ଲକ୍ଷ୍ମଣ ବର୍ମା କାମ ଦେବାକୁ କହି ମହିଳାଙ୍କ ସ୍ୱାମୀଙ୍କୁ ଏକ ବିସ୍କୁଟ ଫାକ୍ଟ୍ରିକୁ ନେଇଥିଲେ। ସେଠାରେ ତାଙ୍କୁ ଛାଡ଼ି ଦେଇ ମହିଳାଙ୍କ ନିକଟକୁ ଆସିଥିଲା। ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ପାଖକୁ ନେଇଯିବାକୁ କହି ଏକ ନିଛାଟିଆ ସ୍ଥାନରେ ମହିଳାଙ୍କ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ଲକ୍ଷ୍ମଣ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.