ରାଜ୍ୟ

ପ୍ରଚଣ୍ଡ ଶବ୍ଦରେ ଫାଟିଲା ଆସ୍‌ ପଣ୍ଡ ପାଇପ୍‌, ଛଅ ଏକର ଚାଷ ଜମିରେ ମାଡ଼ିଗଲା ପାଉଁଶ ପାଣି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ଏକ ଆସ୍‌ ପାଇପ ଲାଇନ୍ ଫାଟି ଗାଁରେ ସୃଷ୍ଟି ହୋଇଛି ଏମିତି ପରିସ୍ଥିତି । ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ଏହି ଆସ୍‌ ପାଇପ ଲାଇନ୍‌ କୌଣସି କାରଣରୁ ଫାଟି ଯାଇଥିଲା । ଏହା ଏତେ ଜୋରରେ ଫାଟିଥିଲା ଯେ ଭୟଙ୍କର ଶବ୍ଦ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଗାଁ ଲୋକେ ବି ଚମକି ପଡ଼ିଥିଲେ । ତୁରନ୍ତ ଚାଷ ଜମିକୁ ଦୌଡ଼ିଥିଲେ ଗାଁ ଲୋକେ । ସେଠାରେ ପହଞ୍ଚି ଦେଖିବା ବେଳକୁ ଫାଟି ଯାଇଥିବା ପାଇପ୍‌ ରୁ ପାଉଁଶ ପାଣି ବାହାରୁଛି । ପାଉଁଶ ଓ ପାଣି ର ପ୍ରେସର୍ ଏତେ ମାତ୍ରାରେ ଥିଲା ଯେ ତାହା କିଛି ସମୟ ମଧ୍ୟରେ ସେଠାରେ ଥିବା ପାଞ୍ଚରୁ ଛଅ ଏକର ଚାଷ ଜମି ଗୁଡ଼ିକରେ ମାଡ଼ି ଯାଇଥିଲା । ପାଉଁଶ ମିଶ୍ରିତ ପାଣି ଚାଷ ଜମିରେ ମାଡ଼ି ଯିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ ।

ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଦୀର୍ଘଦିନ ହେଲା ଏହି ଜାଗାରୁ ପାଇପ୍‌ ଫାଟି ପାଉଁଶ ପାଣି ବାହାରୁଥିବା ବେଳେ ଏହାକୁ ଠିକ୍‌ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଗ୍ରାମବାସୀ ମାନେ ନିତ୍ୟ ବ୍ୟବହାର କରୁଥିବା ପୋଖରୀରେ ମଧ୍ୟ ଏହି ପାଉଁଶ ପାଣି ପଶିଯିବାରୁ ସେଠାରେ ଏବେ ଗାଧୋଇବା କିମ୍ବା ଗୋରୁ ଗାଈମାନେ ପାଣି ପିଇବା ମଧ୍ୟ ସମ୍ଭବ ହେଉନାହିଁ । ଗ୍ରୀଷ୍ମର ପ୍ରବାହ ଅଧିକ ଥିବାରୁ ଏଭଳି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଭଳି ପାଇପ୍ ଫାଟିଥିବା ସ୍ଥାନର ଖୁବ ନିକଟରେ ନନ୍ଦିରା ନାଳ ଟି ଥିବାରୁ ପାଉଁଶ ପାଣି ସେଥିରେ ମିଶିବା ସମ୍ଭାବନା କୁ ଏଡ଼ାଇ ଦିଆ ଯାଇ ନପାରେ ।

ଏହି ପାଉଁଶ ପାଣି ଲୋକଙ୍କ ଘରେ ପଶୁଥିବା ମଧ୍ୟ ଅଭିଯୋଗ ହୋଇଛି । ଚାଷ ଜମିରେ ମାଡ଼ି ଯାଇଥିବା ଏହି ପାଣି ଚାଷ ଜମିର ଉର୍ବରତାକୁ ନଷ୍ଟ କରିପାରେ ବୋଲି କୁହାଯାଉଛି । କାରଣ ଏହି ପାଉଁଶ ସାଧାରଣ ପାଉଁଶ ନହୋଇ କେମିକାଲ ମିଶ୍ରିତ ପାଉଁଶ ହୋଇଥିବାରୁ ଚାଷ ଜମିର ଉର୍ବରତାକୁ ନଷ୍ଟ କରିପାରେ । ଏନେଇ ଚିନ୍ତାରେ ଅଛନ୍ତି ଚାଷୀ । ଚାଷୀମାନେ ଜମି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବା ବେଳେ ଏହି ପାଉଁଶ ପାଣି ସେମାନଙ୍କ ଜିବୀକା ନଷ୍ଟ କରିପାରେ । ଏହି ପାଇପ୍‌ ଫାଟି ପ୍ରାୟତଃ ସବୁବେଳେ ପାଉଁଶ ପାଣି ଚାଷ ଜମି, ନିକଟସ୍ଥ ପୋଖରୀ ଓ ଗାଁରେ ମାଡ଼ିଯାଉଛି । ଫଳରେ ଗାଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଁରେ ଥିବା ପଶୁ ପକ୍ଷୀମାନେ ପୋଖରୀରୁ ପାଣି ପିଇ ପାରୁ ନାହାନ୍ତି । ଯଦି ଏହି ସମସ୍ୟାକୁ ତୁରନ୍ତ ଦୃଷ୍ଟି ଦିଆଯାଆନ୍ତା ତେବେ ଗାଁ ଲୋକେ ସୁରୁଖୁରୁରେ ବାସ କରି ପାରନ୍ତେ ।

 

Subhalaxmi Das

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

19 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

26 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

42 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

47 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago