ଭଦ୍ରକ(କେନ୍ଯୁଜ୍): ଭାଙ୍ଗିନି ମନୋବଳ । ୫୭ ବର୍ଷ ବୟସରେ ମାଟ୍ରିକ୍ ପାସ୍ କଲେ ଆଶା ଦିଦି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍ କଣ୍ଟି ଗାଁର ଆଶା କର୍ମୀ ସ୍ୱର୍ଣ୍ଣଲତା ପତି ମାଟ୍ରିକ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ଧରି ଚଳି ଆସୁଛନ୍ତି ସ୍ୱର୍ଣ୍ଣଲତା । ଏହାରି ଭିତରେ ସେ ଆଶା ଦିଦି ଭାବେ କାମ କରି ଅଞ୍ଚଳର ଅନେକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ।
ସରକାରୀ ନିୟମ ଅନୁସାରେ ମାଟ୍ରିକ ପାସ କରିଥିଲେ ଚାକିରି ମଧ୍ୟରେ ସମସ୍ତ ସୁବିଧା ସୁଯୋଗ ରହିଛି । ଏହାକୁ ଆଧାର କରି ସ୍ୱର୍ଣ୍ଣର୍ଲତା ୫୭ ବର୍ଷ ବୟସରେ ଏଥର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଚଳିତ ଥର କୋଭିଡ୍ ପାଇଁ ବିନା ପରୀକ୍ଷାରେ ମୂଲ୍ୟାୟନ ହୋଇଥିଲା । ଚଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସ୍ୱର୍ଣ୍ଣଲତାଙ୍କ ଏଭଳି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…