ମନୋବଳ ଆଗରେ ହାର୍ ମାନିଲା ବୟସ, ୫୭ ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କଲେ ଆଶା ଦିଦି

ଭଦ୍ରକ(କେନ୍ଯୁଜ୍): ଭାଙ୍ଗିନି ମନୋବଳ । ୫୭ ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କଲେ ଆଶା ଦିଦି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍‌ କଣ୍ଟି ଗାଁର ଆଶା କର୍ମୀ ସ୍ୱର୍ଣ୍ଣଲତା ପତି ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ଧରି ଚଳି ଆସୁଛନ୍ତି ସ୍ୱର୍ଣ୍ଣଲତା । ଏହାରି ଭିତରେ ସେ ଆଶା ଦିଦି ଭାବେ କାମ କରି ଅଞ୍ଚଳର ଅନେକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି ।

ସରକାରୀ ନିୟମ ଅନୁସାରେ ମାଟ୍ରିକ ପାସ କରିଥିଲେ ଚାକିରି ମଧ୍ୟରେ ସମସ୍ତ ସୁବିଧା ସୁଯୋଗ ରହିଛି । ଏହାକୁ ଆଧାର କରି ସ୍ୱର୍ଣ୍ଣର୍ଲତା ୫୭ ବର୍ଷ ବୟସରେ ଏଥର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଚଳିତ ଥର କୋଭିଡ୍‌ ପାଇଁ ବିନା ପରୀକ୍ଷାରେ ମୂଲ୍ୟାୟନ ହୋଇଥିଲା । ଚଳିତ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସ୍ୱର୍ଣ୍ଣଲତାଙ୍କ ଏଭଳି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.