ସାଧାରଣରେ ଆଶ୍ୱସ୍ତି: ଘରେ ରହି ସୁସ୍ଥ ହେଲେ ଓଡିଶାର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ

ଦେବଗଡ଼(କେନ୍ଯୁଜ୍): ଘରେ ରହି ସୁସ୍ଥ ହେଲେ ଡେଲ୍‌ଟା ପ୍ଲସ ସଂକ୍ରମିତ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗାଁର ମିଲୁ ରାଜହଂସ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ସେ କରୋନାରେ ଆକ୍ରାନ୍ତ ହେବାର ୨୦ ଦିନପରେ ସେ ସଂପୂର୍ଣ୍ଣ ସୁସ୍ଥ ହେବାସହ ପରିବାରର ଅନ୍ୟ ସଦସ୍ୟ ଓ ଗାଁ ଲୋକଙ୍କ ସହ ସ୍ୱାଭାବିକ ଭାବେ ମିଳାମିଶା କରୁଥିଲେ। ମିଲୁ ସଂପୂର୍ଣ୍ଣ ସୁସ୍ଥ ଥିବା ଏବଂ ପୂର୍ବଭଳି ସ୍ୱାଭାବିକ ଜୀବନଯାପନ କରୁଛନ୍ତି।

ଗତ ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ୍‌ ଟିକା ନେଇଥିବାବେଳେ ଏପ୍ରିଲ ୨୨ରେ କୋଭିଡ୍‌ ପରୀକ୍ଷା କରାଇଥିଲେ। ହେଲେ ତାଙ୍କର ନମୁନା ନେଗେଟିଭ୍‌ ବାହାରିଥିଲା। ଏପ୍ରିଲ ୨୩ରେ ପୁଣି ଟେଷ୍ଟ କରିବାରୁ ସେ କରୋନା ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ।

ତେବେ ସଂକ୍ରମିତ ହେବା ପୂର୍ବରୁ ସେ ବାହାର ଜିଲ୍ଲା କିମ୍ବା ରାଜ୍ୟକୁ ଯାଇନଥିଲେ। ଡେଲଟା ପ୍ଲସ ସଂକ୍ରମିତ ହୋଇ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଗତ ୨୬ ତାରିଖରେ ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.