ରାଜ୍ୟ

ବେଗୁନିଆରେ ପାଳିତ ହୋଇଛି ୩୦ ବର୍ଷ ପୁରୁଣା ଅଷ୍ଟ ପ୍ରହରୀ ଯଜ୍ଞ

ବେଗୁନିଆ(କେ ନ୍ୟୁଜ): ଓଡ଼ିଶାରେ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳେ। ପ୍ରତିବର୍ଷ ଏଠି ପ୍ରତିଟି ପରମ୍ପରାକୁ ପାଳନ କରିବାକୁ ଲୋକମାନେ ଖୁବ ଆଗ୍ରହୀ ଥାନ୍ତି। ହିନ୍ଦୁ ଧର୍ମରେ ଥିବା ୧୨ ମାସରେ ୧୩ ପର୍ବକୁ ଏଠି ବଡ଼ ନିରାଡ଼ମ୍ବରରେ ପାଳନ କରାଯାଏ। ପୂର୍ବ ଭଳି ଏବେ ମଧ୍ୟ ପ୍ରତିଟି ଗାଁ ତାର ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବାର ଜ୍ୱଳନ୍ତ ନିଦର୍ଶନ ପାଇବେ।

ଗାଁରେ ଆଧ୍ୟାତ୍ମିକ ଚେତନା ସହିତ ଭକ୍ତିଭାବକୁ ଦୃଢ଼ିଭୂତ କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ପାଠ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହେଉଥିବା ବେଳେ ଅଷ୍ଟପ୍ରହର ନାମଯଜ୍ଞର ସ୍ଥାନ ରହିଛି ଖୁବ ସ୍ୱତନ୍ତ୍ର। ଏହି ସମୟରେ ରାମନାମରେ ସାରା ପରିବେଶ କମ୍ପି ଉଠେ। ସୃଷ୍ଟି ହୁଏ ଭକ୍ତିମୟ ପରିବେଶ।

ବେଗୁନିଆଁରେ ଅଷ୍ଟପ୍ରହରୀକୁ ନେଇ କମ୍ପି ଉଠିଛି ସାରା ଗଁପୁର ଗାଁ ଦାଣ୍ଡ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ମଜ୍ଜି ଯାଇଛନ୍ତି କୃଷ୍ଣ ପ୍ରେମରେ। କିଏ ରାଧାକୃଷ୍ଣ ତ ଆଉ କିଲ ସନ୍ୟାସୀ ବେଶରେ ପୁଣି ଆଉ କିଏ କମେଡି ରୂପରେ ଶ୍ରଦ୍ଧାଳୁଙ୍କ କରୁଛନ୍ତି ଆକର୍ଷଣ। ସମସ୍ତଙ୍କ ଘର ଆଗରେ ଝୋଟି, ଚିିିତା ସାଙ୍ଗକୁ କଳସ ସ୍ଥାପନ କରି ଦୀପ ଜାଳି ଭାଗବତ ପାଠ ମଧ୍ୟ ଚାଲିଥିଲା। ଲଗାତାର ଭାବେ ୩ଦିନ ଧରି ଆୟୋଜିତ ଅଷ୍ଟପ୍ରହରରେ ଅଧିବାସ କଳସ ସ୍ଥାପନ ଠାରୁ ନଗର କୀର୍ତ୍ତନ ପର୍ଯ୍ୟନ୍ତ ବେଶ ଧୂମଧାମରେ ପାଳନ ହୋଇଥିବା ବେଳେ ଗାଁରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ।

ଦୀର୍ଘ ୩୦ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଗଁପୁର ଗାଁର ଏହି ନାମ ଯଜ୍ଞ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ଆଉ ଏଠାରେ ମୁଖ୍ୟ ଆକର୍ଷଣ ସାଜିଥାଏ ହରିହାଟ ଏବଂ ନଗର କୀର୍ତ୍ତନ । ଥାଟ୍ଟ ପଟୁଆର ମଧ୍ୟରେ କଳସ ସ୍ଥାପନ ଏବଂ ଫଗୁଖେଳ ଆଉ ଏକ ମୁଖ୍ୟ ଆକର୍ଷଣ। କଳସଧାରୀ ମାନଙ୍କୁ ମୁଆଁ ଫୋପାଡ଼ି ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରିଥିବା ବେଳେ ନିଃ ସନ୍ତାନ ଦମ୍ପତ୍ତି ଗୁଆ ପକାଇଲେ ପୁତ୍ର ସନ୍ତାନ ଲାଭ କରୁଥିବା ବିଶ୍ୱାସ ରହିଛି।

D Sonali

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

28 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

39 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

52 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

55 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago