ରାଜ୍ୟ

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଆଉ ୪ ଅଣଛାତ୍ର ଗିରଫ

ଭୁବନେଶ୍ୱର (କେନ୍ୟୁଜ): ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୪ ଅଣଛାତ୍ର ଗିରଫ। ଏମାନଙ୍କୁ ମିଶାଇ ମୋଟ ଗିରଫ ଦାରି ସଂଖ୍ୟା ୮ରେ ପହଁଚିଛି। ଗିରଫଙ୍କ ଠାରୁ ଛୁରୀ, ଷ୍ଟମ୍ପ ଓ ବ୍ୟାଟ ଜବତ କରିଛି ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଆକ୍ରମଣକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସୂଚନାରୁ ପ୍ରକାଶ, ଶନିବାର ସକାଳେ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର କଲେଜ ପଡ଼ିଆକୁ କ୍ରିକେଟ୍‌ ଖେଳିବା ପାଇଁ ଯାଇଥିଲେ। ସେଠାରେ ହଷ୍ଟେଲ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ୧୫ରୁ ଅଧିକ ଅଣଛାତ୍ର । ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ ୨ମାସରେ ବିଜେବି କଲେଜରେ ୨ଥର ଛାତ୍ରଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଅଣଛାତ୍ର।

ଅନ୍ୟପଟେ ବିଜେବି କଲେଜ ଅଧ୍ୟକ୍ଷ ଗୁଲାମ ମୌନୁଦ୍ଦିନ ଖାନ କହିଛନ୍ତି କଲେଜରେ ଅଣ ଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ। ଏଥିପାଇଁ ପ୍ରସ୍ତୁତ ହୋଇଛି କଲେଜ ପକ୍ଷରୁ ରଣ ନୀତି। ଗତକାଲି କଲେଜରେ ବସିଥିଲା ଉଚ୍ଚ ସ୍ତରୀୟ ବୈଠକ। ଏଥିରେ ନିଷ୍ପତି ନିଆଯାଇଛି ଯେ ଖେଳ ପଡିଆ ର ପାଚେରୀ ଉପରେ ଫେନସିଂ ଲଗାଯିବ। ଏନେଇ ପୂର୍ତ୍ତ ବିଭାଗକୁ ନେଇ ଚିଠି ଲେଖା ଯାଇଛି।

ସେହିପରି କଲେଜରେ ପ୍ରବେଶ ପାଇଁ ଚେକିଂ ହେବ। ଆଇ କାର୍ଡ ଚେକ ହେବ। କଲେଜର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବ। ପୋଲିସ ପେଟ୍ରୋଲିଙ୍ଗ ମଧ୍ୟ୍ୟ ବଢ଼ାଇବାକୁ ପୋଲିସକୁ କଲେଜ ପକ୍ଷରୁ କୁହାଯାଇଛି। ଖୁବ ଶୀଘ୍ର ଏନେଇ ପୋଷ୍ଟର ଲଗାଯିବ। ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କ ସହ ଲଗାତାର ଆଲୋଚନା ଜାରି ରହିଛି। କଲେଜ ରେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ସେ କହିଛନ୍ତି।

 

Barsha

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

10 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

31 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

60 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago