ରାଜ୍ୟ

ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଲେ ଜିଲ୍ଲାପାଳ

ମୋହନା(କେନ୍ୟୁଜ):  ସଡ଼କ ଦୁର୍ଘଟଣାରେ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ଦେଲେ ମାନବିକତାର ପରିଚୟ । ସୂଚନା ଥାଉକି, ଆଜି ସକାଳ ୧୦ଟା ସମୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା 5Tରେ ନିର୍ମାଣାଧିନ ସ୍କୁଲ କାର୍ଯ୍ୟ ତଦାରଖ କରିବା ପାଇଁ ଲୁହାଗୁଡ଼ି ଅଭିମୁଖେ ଯାଉଥିଲେ।

ସେହି ସମୟରେ ମୋହନା ନିକଟସ୍ଥ କେନ୍ଦୁଘଟି ଠାରେ ଏକ ବସ୍ କୁ ଓଭରଟେକ୍ କରୁଥିବା ସମୟରେ ଏକ କାର୍ ଏବଂ ଯାଇଲୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁର୍ଘଟଣାରେ କୋରାପୁଟ ରୁ କଟକ ଚୌଦ୍ୱାର ଅଭିମୁଖେ ଅଲ୍ଟୋ କାର୍ ଯୋଗେ ଯାଉଥିବା ବୃଦ୍ଧା ବାସନ୍ତୀ ସେଠୀ ଆହତ ହୋଇଥିଲେ।

ଘଟଣା ସ୍ଥଳରେ ଉପସ୍ଥିତ ଜିଲ୍ଲାପାଳ ସଙ୍ଗେସଙ୍ଗେ ଆହତ ବୃଦ୍ଧାଙ୍କୁ ମୋହନା ବିଡିଓଙ୍କ ସରକାରୀ ଗାଡି ଯୋଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବାସନ୍ତୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଯାଇଛି। ଜ଼ିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

Sonalisa

Recent Posts

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୪ ମାଓବାଦୀ, ସର୍ଚ୍ଚ ଅପରେସନ ଜାରି

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୪ ମାଓବାଦୀ । ଝାଡ଼ଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନ୍ କାଉଣ୍ଟରରେ ୪ ମାଓବାଦୀ ନିହତ। ଜଣେ…

16 mins ago

ବଜାଜ ଲଞ୍ଚ କଲା Pulsarର ନୂଆ ଭାରିଆଣ୍ଟ, ଅନ୍ୟ ବାଇକରେ ରହିଛି ଅପଡେଟ୍‌

ବଜାଜ ନିଜର Pulsar N160ର ଏକ ନୂଆ ଭାରିଆଣ୍ଟ ଲଞ୍ଚ କରିଛି । ଏହା ହେଉଛି ବଜାଜ Pulsar N160…

20 mins ago

ଦାର୍ଜିଲିଂ: କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ୫ ମୃତ, ୨୫ ଆହତ; ବଢିପାରେ ମୃତକଙ୍କ ସଂଖ୍ୟା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ଼ ରେଳ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଦୁର୍ଘଟଣାରେ ୫…

22 mins ago

ଖୁସି ଖବର ! ଆଉ ଅତିରିକ୍ତ ଦରମା ଫେରାଇବେନି ସରକାରୀ କର୍ମଚାରୀ

ନୂଆ ସରକାର ଆସିବା ପରଠାରୁ ସରକାରଙ୍କ ଠାରୁ ବିଭିନ୍ନ ନୀତିରେ ପରିବର୍ତ୍ତନ ଆଶା କରାଯାଉଛି । ଏହାରି ଭିତରେ ପୁଣି…

42 mins ago

ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ

ବଣାଇ : ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ। ଗୁରୁଣ୍ଡୁଆ ଥାନାର ତାମଡ଼ା ଘାଟିରେ ଦୁର୍ଘଟଣା। ପଙ୍କଢ଼ିହିରୁ ବଣାଇ…

44 mins ago

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

1 hour ago