ଢେଙ୍କାନାଳ (କେ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ସୁରଳ ନିକଟରୁ ଉଦ୍ଧାର ହୋଇଥିବା ହାତୀ ଛୁଆ ଏବେ । ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ । ଗତକାଲି ହାତୀ ଛୁଆଟିକୁ ଟାମଣା ଫରେଷ୍ଟ ବିଟ୍ ହାଉସ୍ରୁ ଏଠାକୁ ଅଣାଯାଇଥିଲା । ତାକୁ ଏବେ ଅନ୍ୟ ଛୋଟ ହାତୀଙ୍କ ସହ ରଖିବାକୁ ଯୋଜନା ଚାଲିଛି । ତା ପୂର୍ବରୁ ତାକୁ କ୍ୱାରେଣ୍ଟାଇନ୍ରେ ରଖା ଯାଇଛି । ଆଜି ଏହି କୁନି ହାତୀଟିର ନାମକରଣ କରାଯାଇଛି । ନାଁ ରହିଛି ପଦ୍ମା ।
ତିନି ଦିନ ତଳେ ବାହୁଦା ହ୍ରଦରେ ଅନ୍ୟ ହାତୀଙ୍କ ସହ ପଙ୍କରେ ଫସି ଯାଇଥିଲା ଏହି ହାତୀ ଛୁଆଟି । ସ୍ଥାନୀୟ ଗ୍ରାମବାସୀ ତାକୁ ଉଦ୍ଧାର କରିଥିଲେ । ତେବେ ମଣିଷର ହାତ ବାଜିଗଲା ପରେ ତାକୁ ହାତୀ ଦଳ ଆଉ ସାଙ୍ଗରେ ନେଲେ ନାହିଁ । ତେଣୁ ବାଧ୍ୟ ହୋଇ ବନ ବିଭାଗ ତିନି ମାସର ହାତୀ ଛୁଆଟିକୁ କପିଳାସ ଚିଡ଼ିଆଖାନାକୁ ନେଇ ଆସିଛି । ଏଠାରେ ତାର ଯତ୍ନ ନିଆଯିବା ସହ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…