ହାତୀ ଛୁଆର ନାଁ ରଖାଗଲା ପଦ୍ମା, ସୁସ୍ଥ ଅଛି ଖୁସି ଅଛି

ଢେଙ୍କାନାଳ (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ସୁରଳ ନିକଟରୁ ଉଦ୍ଧାର ହୋଇଥିବା ହାତୀ ଛୁଆ ଏବେ । ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ । ଗତକାଲି ହାତୀ ଛୁଆଟିକୁ ଟାମଣା ଫରେଷ୍ଟ ବିଟ୍ ହାଉସ୍‌ରୁ ଏଠାକୁ ଅଣାଯାଇଥିଲା । ତାକୁ ଏବେ ଅନ୍ୟ ଛୋଟ ହାତୀଙ୍କ ସହ ରଖିବାକୁ ଯୋଜନା ଚାଲିଛି । ତା ପୂର୍ବରୁ ତାକୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଛି । ଆଜି ଏହି କୁନି ହାତୀଟିର ନାମକରଣ କରାଯାଇଛି । ନାଁ ରହିଛି ପଦ୍ମା ।

ELEPHANT-2

ତିନି ଦିନ ତଳେ ବାହୁଦା ହ୍ରଦରେ ଅନ୍ୟ ହାତୀଙ୍କ ସହ ପଙ୍କରେ ଫସି ଯାଇଥିଲା ଏହି ହାତୀ ଛୁଆଟି । ସ୍ଥାନୀୟ ଗ୍ରାମବାସୀ ତାକୁ ଉଦ୍ଧାର କରିଥିଲେ । ତେବେ ମଣିଷର ହାତ ବାଜିଗଲା ପରେ ତାକୁ ହାତୀ ଦଳ ଆଉ ସାଙ୍ଗରେ ନେଲେ ନାହିଁ । ତେଣୁ ବାଧ୍ୟ ହୋଇ ବନ ବିଭାଗ ତିନି ମାସର ହାତୀ ଛୁଆଟିକୁ କପିଳାସ ଚିଡ଼ିଆଖାନାକୁ ନେଇ ଆସିଛି । ଏଠାରେ ତାର ଯତ୍ନ ନିଆଯିବା ସହ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

 

Leave A Reply

Your email address will not be published.