Below header

ପୁଣି ବଡ଼ ଧରଣର ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାସ, ଧରାପଡିଲା ୫୧୦ କୋଟି ଟଙ୍କାର ଠକେଇ

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରୁ ପୁଣି ଥରେ ବଡ଼ ଧରଣର ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାସ । ଧରାପଡିଲା ୫୧୦ କୋଟି ଟଙ୍କାର ଠକେଇ। କିଙ୍ଗପିନକୁ ଗିରଫ କରାଯାଇଛି । ତାଙ୍କ ନାଁ ସନ୍ଦୀପ ମହାନ୍ତି । ୫୧୦ କୋଟି ୨୮ ଲକ୍ଷ ଟଙ୍କା ଫେକ୍‌ ଇନଭଏସ୍‌ ଜରିଆରେ ଠକେଇ କରିଛନ୍ତି । ମାଷ୍ଟର ମାଇଣ୍ଡ ସନ୍ଦୀପଙ୍କ ସହ ଆଉ କିଛି ଲୋକଙ୍କ ସଂପୃକ୍ତି ରହିଛି । ସେମାନେ ଏବେ ଫେରାର ।

୨୨ଟି ମିଛ କମ୍ପାନୀ ନାଁରେ ହୋଇଛି ଠକେଇ । ଗୋଟିଏ ମାମଲାରେ ସନ୍ଦୀପ ଜିନିଷ କିଣିଥିବା କହି ୧୬୬ କୋଟି ଫେକ୍‌ ଇନ୍‌ଭସ ଜରିଆରେ ୨୭ କୋଟି ଟଙ୍କାର ଟିକସ ଠକି ନେଇଛନ୍ତି । ସେହିପରି ଆଉ ଗୋଟିଏ ମାମଲାରେ ୩୪୪କୋଟି ଟଙ୍କାର ଫେକ୍‌ ଇନଭଏସ ଜରିଆରେ ୬୧କୋଟି ୭୯ ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.