ମିସ୍‌ଡ କଲ୍‌ କଲେ ହୋଇପାରିବ ନୂଆ ଗ୍ୟାସ ସଂଯୋଗ ସହ ଗ୍ୟାସ ରିଫିଲିଂ, ଲଞ୍ଚିଂ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ଗୋଟିଏ ମିସଡ୍‌ କଲରେ ହେବ ଗ୍ୟାସ ରିଫିଲ ବୁକିଂ। ମିସ୍‌ଡ କଲ୍‌ କଲେ ହୋଇପାରିବ ନୂଆ ଗ୍ୟାସ ସଂଯୋଗ ସହ ଗ୍ୟାସ ରିଫିଲିଂ। ଭୁବନେଶ୍ୱରରୁ ଇଣ୍ଡିଆନ ଅଏଲର ମିସ୍‌ଡ କଲ୍‌ରେ ସର୍ବଭାରତୀୟ ଗ୍ୟାସ ରିଫିଲିଂ ବୁକିଂର ଲଞ୍ଚିଂ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮୪୫୪୯-୫୫୫୫୫ ନମ୍ବରରେ ମିସକଲ କରି ରିଫିଲିଂ ଏବଂ ବୁକିଂ ପାଇଁ ପଞ୍ଜିକରଣ କରିପାରିବେ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି ।

dharmendraଖୁବଶୀଘ୍ର ଓଡ଼ିଶାର ଅନ୍ୟ ସ୍ଥାନରେ ଏବଂ ଆଗାମୀ କିଛି ମାସରେ ଦେଶରେ ଏହି ସୁବିଧା ଉପଲବ୍ଧ ହେବ। ଏହି ସେବାର ଶୁଭାରମ୍ଭ ଅବସରରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍‌ ପେଟ୍ରୋଲ ଅକ୍ଟୋବ ୧୦୦ ତଥାପ ଏକ୍ସପି ୧୦୦ ପ୍ରଚଳନର ଶୁଭାରମ୍ଭ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

You might also like