Below header

ଗୃହ ନିର୍ମାଣ ଅନୁମତି ପାଇଁ ଆଉ ବିଡିଏ କାର୍ଯ୍ୟାଳୟକୁ ଧାଇଁବାକୁ ପଡିବନି, ଲେ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ନିର୍ମାଣ କରିବେ ଘର

କେନ୍ୟୁଜ୍(ବ୍ୟୁରୋ):  ଗୃହ ନିର୍ମାଣ ଅନୁମତି ପାଇଁ ଆଉ ବିଡିଏ କାର୍ଯ୍ୟାଳୟକୁ ଧାଇଁବାକୁ ପଡିବନି । ନିଜ ଜମିର ଲେ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ନିର୍ମାଣ କରିବେ ଘର । ଏଥିପାଇଁ ଅନଲାଇନରେ ବିଡିଏକୁ ଜଣାଇବେ । ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡର୍ଡ ପ୍ଲାନ ପ୍ରସ୍ତୁତ କରିଛି ବିଡିଏ । ସେହି ପ୍ଲାନ ଭିତରେ ୧୦ ମିଟରର କମ୍‌ ଉଚ୍ଚତା ବିଶିଷ୍ଟ ୩ ମହଲା ଘର ଓ ୫ ହଜାର ୪ ଶହ ବର୍ଗ ଫୁଟ ଭିତରେ ନିର୍ମାଣ କରୁଥିବା ଘର ପାଇଁ ଆଉ ଅନୁମତିର ଆବଶ୍ୟକତା ରହିବ ନାହିଁ ।

କିନ୍ତୁ ବିଡିଏ ଲେ ଆଉଟ ପ୍ଲାନ ଆପ୍ରୁଭ୍‌ ହୋଇଥିବା ବାଧ୍ୟତାମୂଳକ । ଏବେ କେବଳ ବିଏମସି ଓ ବିଡିଏକୁ ନିଜ ଜମିର କାଗଜ ପତ୍ର ,ପରିଚୟ ପତ୍ର ଏବଂ ଆବଶ୍ୟକୀୟ ଫି ଦେଇ ଅବଗତ କରିବେ ଗୃହ କର୍ତ୍ତା । ଆଜିଠାରୁ ବିଏମସି ,ବିଡିଏ ଓ ଟାଉନ ପ୍ଲାନିଂ ସମ୍ପର୍କରେ ଅନଲାଇନରେ କର୍ମଚାରୀଙ୍କୁ ମିଳିବ ସମସ୍ତ ତଥ୍ୟ । ଇ-ଫାଇଲର ଷ୍ଟାଟସଠାରୁ ଆରମ୍ଭ କରି ଏନଓସି ପର୍ଯ୍ୟନ୍ତ ସବୁ ତଥ୍ୟ ଏବେ ଅନଲାଇନରେ ଜାଣିପାରିବେ କର୍ମଚାରୀ । ଏହା ଦ୍ଵାରା ପୁରା ବ୍ୟବସ୍ଥାରେ ସୁଧାର ଆସିବ ବୋଲି କହିଛନ୍ତି ବିଏମସି କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.