ମଡେର୍ଣ୍ଣା ଓ ଫାଇଜର ତୁଳନାରେ ଶସ୍ତା ହେଉଛି ଅକ୍ସଫୋର୍ଡ ଟିକା, ସାଧାରଣ ଫ୍ରିଜ୍ ତାପମାତ୍ରାରେ ରହିପାରିବ ଟିକା

କେନ୍ୟୁଜ୍(ବ୍ୟୁରୋ): କରୋନା ଲଢ଼େଇରେ ସାରା ବିଶ୍ୱରେ ତିନିଟି ଟିକା ଫାଇଜର୍, ଅକ୍ସଫୋର୍ଡ ଓ ମଡେର୍ଣ୍ଣାକୁ ନେଇ ଚର୍ଚ୍ଚା ଚାଲିଛି । ଭାରତରେ ଅକ୍ସଫୋର୍ସ ସହ ମିଶି ଟିକା ବିକଶିତ କରୁଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ମଡେର୍ଣ୍ଣା ଓ ଫାଇଜର ତୁଳନାରେ ଅକ୍ସଫୋର୍ଡ ଟିକା ଢ଼େର୍ ଶସ୍ତା । ଏହାର ଶୀତଳୀକରଣ ବ୍ୟବସ୍ଥା ମଧ୍ୟ ସୁଲଭ ଏବଂ ସହଜ । ଅକ୍ସଫୋର୍ଡ ଟିକା ସାଧାରଣ ଫ୍ରିଜ୍ ତାପମାତ୍ରାରେ ରହି ପାରିବ ।
ମାଇନସ୍ ୨ରୁ ୮ ଡିଗ୍ରୀ ତାପମାତ୍ରା ଭିତରେ ରହି ପାରୁଛି ଅକ୍ସଫୋର୍ଡ ଟିକା । କିନ୍ତୁ ଫାଇଜର ଟିକା ବିଯୁକ୍ତ ୭୦ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ରହୁଥିବା ବେଳେ ମଡେର୍ଣ୍ଣା ଟିକା ମାଇନସ୍ ୩୦ ଡିଗ୍ରୀ ତାପମାତ୍ରାରେ ରହୁଛି । ଏହାର ପରିବହନ ବ୍ୟବସ୍ଥା ମଧ୍ୟ ସହଜ ଓ ଶସ୍ତା । ସେହିପରି କୋଭିସିଲ୍ଡ ଟିକାର ଦୁଇଟି ଡୋଜର ଦାମ୍ ହଜାରେ ଟଙ୍କା ଭିତରେ ରହିବ । ମଡେର୍ଣ୍ଣାର ଗୋଟିଏ ଡୋଜ୍ ଦାମ୍ ୧୮ଶହ ୫୫ଟଙ୍କାରୁ ଅଧିକ ରହିବ ।