ରାଜ୍ୟ

ଭୁବନେଶ୍ୱରରେ ବାଗେଶ୍ବର ବାବା, ପୁରୀ ଅଭିମୁଖେ କରିବେ ଯାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ୱର ଧାମ ସରକାର। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ଥିବା ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ଓଡିଶାରେ ପହଞ୍ଚିବା ପରେ ସିଏ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ବିମାନବନ୍ଦର ବାହାରେ ଥିବା ଭକ୍ତମାନଙ୍କ ସହ ଦେଖା କରିବା ସହିତ ଜୟ ସୀତାରାମ ବୋଲି କହିଥିଲେ ବାଗେଶ୍ୱର ବାବା ।

ଏହା ମଧ୍ୟ କହିଥିଲେ ଯେ ଓଡ଼ିଶାର ଲୋକେ ବହୁତ ଭାଗ୍ୟଶାଳୀ ଓ ଧାର୍ମିକ। ଜଗନ୍ନାଥ ଥିବା ଯାଏ ଓଡ଼ିଶା, ଭାରତ ଏବଂ ଦୁନିଆରେ କେହି ଅନାଥ ନୁହନ୍ତି। ଭଗବାନ ଜଗନ୍ନାଥ ସମସ୍ତଙ୍କର ରକ୍ଷାକର୍ତ୍ତା ସୁରକ୍ଷାଦାତା । ପୂର୍ବରୁ ଛଅ ସାତ ବର୍ଷ ତଳେ ସେ ଓଡ଼ିଶା ଆସିଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିଥିବା କହିଥିଲେ। ଏବେ ପୁଣି ମହାବାହୁ ତାଙ୍କୁ ଡାକରା ଦେଇଥିବାରୁ ସେ ଓଡ଼ିଶା ଆସିଥିବା କହିଛନ୍ତି।

 

 

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

7 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

10 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

10 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

10 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

12 hours ago