ଦେଶ ବିଦେଶ

ଗତ ୨୪ ଘଣ୍ଟାରେ ଦେଶରେ ୧୬୬ ନୂଆ କରୋନା ମାମଲା, କେରଳରେ ସର୍ବାଧିକ ରୋଗୀ

ସାରା ବିଶ୍ୱରେ ଧ୍ୱଂସର ତାଣ୍ଡବ ରଚିଥିବା କରୋନା ଭାଇରସ୍‌ ଶୀତର ଆଗମନ ସହିତ ପୁଣିଥରେ ଭାରତରେ ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୬୬ ରେକର୍ଡ କରାଯାଇଛି, ଯାହାପରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୮୯୫କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରବିବାର ସକାଳ ୮ଟା ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାରି କରାଯାଇଛି। କେରଳରୁ ଆସିଛି ସର୍ବାଧିକ ସଂଖ୍ୟକ ମାମଲା।

ସେପଟେ ବିଶେଷଜ୍ଞଙ୍କ କହିବା ହେଲା, ଶୀତ ଋତୁରେ ଇନ୍‌ଫ୍ଲୁଏଞ୍ଜା ମାମଲା ବୃଦ୍ଧି ସହିତ ଲୋକଙ୍କ ମଧ୍ୟରେ କାଶ, ଥଣ୍ଡା ଏବଂ ନିମୋନିଆ ଭଳି ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗେ। ତେଣୁ ଏ ସବୁଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ସତର୍କତାମୂଳକ ପଦକ୍ଷେପ ଉଠାଇବା ଆବଶ୍ୟକ।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଶନିବାର ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ୧୪୮ଟି ନୂଆ ମାମଲା ଆସିଥିଲା। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣ ମାମଲାର ମୋଟ ସଂଖ୍ୟା ରହିଛି ୪ କୋଟି ୫୦ ଲକ୍ଷ ୨ ହଜାର ୮୮୯। ଯେତେବେଳେ କି, ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୩ ହଜାର ୩୦୬ ରହିଛି। ଏହିପରି ସଂକ୍ରମଣରୁ ସୁସ୍ଥ ହେବା ପରେ ୪ କୋଟି ୪୪ ଲକ୍ଷ ୬୮ ହଜାର ୭୭୫ ଲୋକ ଘରକୁ ଫେରିଛନ୍ତି।

ଦେଶରେ ସଂକ୍ରମଣରୁ ସୁସ୍ଥ ହେବା ହାର ୯୮.୮୧ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ରହିଛି କେବଳ ୧.୧୯ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୨୨୦.୬୭ କୋଟି କୋଭିଡ୍‌ ନିରୋଧୀ ଟିକା ଦିଆଯାଇଛି।

Roshni

Recent Posts

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

20 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

31 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

47 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

57 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

1 hour ago