ଗତ ୨୪ ଘଣ୍ଟାରେ ଦେଶରେ ୧୬୬ ନୂଆ କରୋନା ମାମଲା, କେରଳରେ ସର୍ବାଧିକ ରୋଗୀ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୬୬ ରେକର୍ଡ କରାଯାଇଛି, ଯାହାପରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୮୯୫କୁ ବୃଦ୍ଧି ପାଇଛି।

ସାରା ବିଶ୍ୱରେ ଧ୍ୱଂସର ତାଣ୍ଡବ ରଚିଥିବା କରୋନା ଭାଇରସ୍‌ ଶୀତର ଆଗମନ ସହିତ ପୁଣିଥରେ ଭାରତରେ ପ୍ରଭାବ ଦେଖାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୧୬୬ ରେକର୍ଡ କରାଯାଇଛି, ଯାହାପରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୮୯୫କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରବିବାର ସକାଳ ୮ଟା ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାରି କରାଯାଇଛି। କେରଳରୁ ଆସିଛି ସର୍ବାଧିକ ସଂଖ୍ୟକ ମାମଲା।

ସେପଟେ ବିଶେଷଜ୍ଞଙ୍କ କହିବା ହେଲା, ଶୀତ ଋତୁରେ ଇନ୍‌ଫ୍ଲୁଏଞ୍ଜା ମାମଲା ବୃଦ୍ଧି ସହିତ ଲୋକଙ୍କ ମଧ୍ୟରେ କାଶ, ଥଣ୍ଡା ଏବଂ ନିମୋନିଆ ଭଳି ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗେ। ତେଣୁ ଏ ସବୁଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ସତର୍କତାମୂଳକ ପଦକ୍ଷେପ ଉଠାଇବା ଆବଶ୍ୟକ।

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଶନିବାର ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ୧୪୮ଟି ନୂଆ ମାମଲା ଆସିଥିଲା। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣ ମାମଲାର ମୋଟ ସଂଖ୍ୟା ରହିଛି ୪ କୋଟି ୫୦ ଲକ୍ଷ ୨ ହଜାର ୮୮୯। ଯେତେବେଳେ କି, ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୩ ହଜାର ୩୦୬ ରହିଛି। ଏହିପରି ସଂକ୍ରମଣରୁ ସୁସ୍ଥ ହେବା ପରେ ୪ କୋଟି ୪୪ ଲକ୍ଷ ୬୮ ହଜାର ୭୭୫ ଲୋକ ଘରକୁ ଫେରିଛନ୍ତି।

ଦେଶରେ ସଂକ୍ରମଣରୁ ସୁସ୍ଥ ହେବା ହାର ୯୮.୮୧ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ରହିଛି କେବଳ ୧.୧୯ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୨୨୦.୬୭ କୋଟି କୋଭିଡ୍‌ ନିରୋଧୀ ଟିକା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.