Below header

୨୦୨୫ ଅକ୍ଟୋବର ୧ରୁ ସମସ୍ତ ଟ୍ରକ୍‌ରେ ବାଧ୍ୟତାମୂଳକ ହେବ AC କ୍ୟାବିନ୍‌

ଦେଶରେ ଟ୍ରକ୍‌ଗୁଡ଼ିକର ଦୟନୀୟ ଅବସ୍ଥା ଦେଖି ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନ ବାଧ୍ୟତାମୂଳକ କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ୨୦୨୫ରୁ ସମସ୍ତ ନୂଆ ଟ୍ରକରେ ଡ୍ରାଇଭରମାନଙ୍କ ପାଇଁ ଫ୍ୟାକ୍ଟ୍ରି-ଫିଟେଡ୍‌ ଏସି କ୍ୟାବିନ୍ ରହିବ।

ଦେଶରେ ଟ୍ରକ୍‌ଗୁଡ଼ିକର ଦୟନୀୟ ଅବସ୍ଥା ଦେଖି ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନ ବାଧ୍ୟତାମୂଳକ କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ୨୦୨୫ରୁ ସମସ୍ତ ନୂଆ ଟ୍ରକରେ ଡ୍ରାଇଭରମାନଙ୍କ ପାଇଁ ଫ୍ୟାକ୍ଟ୍ରି-ଫିଟେଡ୍‌ ଏସି କ୍ୟାବିନ୍ ରହିବ। ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ପ୍ରଚେଷ୍ଟା ପରେ ଶେଷରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତାରିଖ ସ୍ଥିର କରିଛନ୍ତି।

ଶୁକ୍ରବାର ରାତିରେ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଆସନ୍ତା ୨୦୨୫ ଅକ୍ଟୋବର ୧ କିମ୍ବା ଏହାପରେ ତିଆରି ସମସ୍ତ N2 ଏବଂ N3 ବର୍ଗର ଟ୍ରକ କ୍ୟାବିନରେ ଏୟାର କଣ୍ଡିସନର ସିଷ୍ଟମ୍‌ ବାଧ୍ୟତାମୂଳକ ଭାବେ ଲଗାଯିବ। ଏୟାର କଣ୍ଡିସନିଙ୍ଗ୍‌ ସିଷ୍ଟମ ସହିତ ସଜ୍ଜିତ କ୍ୟାବିନଗୁଡିକର ଟେଷ୍ଟିଂ ଅଧିସୂଚିତ ଅଟୋମୋଟିଭ୍‌ ମାନକ ଅନୁସାରେ ହେବ। ଏଥିରେ N2 ଏବଂ N3 ବର୍ଗର ବାଣିଜ୍ୟିକ ଯାନ ଅନ୍ତର୍ଭୁକ୍ତ ରହିବ।

୨୦୨୦ରେ ଏକ ନନ୍‌-ପ୍ରଫିଟ୍‌ ସଂସ୍ଥା ୧୦ଟି ରାଜ୍ୟରେ ଟ୍ରକ ଡ୍ରାଇଭରମାନଙ୍କର ସର୍ଭେ କରିଥିଲା, ଯେଉଁଥିରେ ପ୍ରାୟ ଅଧାରୁ ଅଧିକ ଟ୍ରକ ଡ୍ରାଇଭର ସ୍ୱୀକାର କରିଥିଲେ ଯେ ସେମାନେ କ୍ଳାନ୍ତ କିମ୍ବା ନିଦ୍ରା ଅନୁଭବ କଲେ ମଧ୍ୟ ଟ୍ରକ ଚଳାଇ ଥାଆନ୍ତି।

N2 ବର୍ଗ ଯାନ: ଏହି ବର୍ଗରେ ଭାରୀ ମାଲ୍‌ବାହକ ଯାନ ଆସିଥାଏ, ଯାହାର ମୋଟ ଓଜନ ୩.୫ ଟନରୁ ଅଧିକ ଏବଂ ୧୨ ଟନରୁ କମ୍ ହୋଇଥାଏ।

N3 ବର୍ଗ ଯାନ: ଏହି ବର୍ଗରେ ଅନ୍ତର୍ଭୁକ୍ତ ଯାନଗୁଡ଼ିକର ମୋଟ ଓଜନ ୧୨ ଟନ୍‌ରୁ ଅଧିକ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.