ବିବାହ ବନ୍ଧନରେ ବାନ୍ଧିହେଲେ ମୁକ୍ତି ମୋହନ, ପ୍ରେମିକ କୁନାଲଙ୍କୁ କଲେ ବିବାହ

ବଲିଉଡର ଜଣାଶୁଣା କୋରିଓଗ୍ରାଫର ମୁକ୍ତି ମୋହନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୁକ୍ତି ପ୍ରେମିକ କୁନାଲ ଠାକୁରଙ୍କ ସହିତ ବିବାହ କରିଛନ୍ତି । ମୁକ୍ତି ଏବଂ କୁନାଲ ବିବାହ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି ।

ବଲିଉଡର ଜଣାଶୁଣା କୋରିଓଗ୍ରାଫର ମୁକ୍ତି ମୋହନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୁକ୍ତି ପ୍ରେମିକ କୁନାଲ ଠାକୁରଙ୍କ ସହିତ ବିବାହ କରିଛନ୍ତି । ମୁକ୍ତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ମୁକ୍ତି ମୋହନ ପିସ୍ତାଲ କଲର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ମୁକ୍ତି ଏବଂ କୁନାଲ ବିବାହ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ଏହାସହିତ କ୍ୟାପସନ ଲେଖିଛନ୍ତି, ‘ ତୁମ ସହିତ ଯୋଡି ହେବା ଭଗବାନଙ୍କ ନିର୍ଦ୍ଦେଶ, ଭଗବାନ, ପରିବାର ଏବଂ ବନ୍ଧୁଙ୍କ ଠାରୁ ପାଇଥିବା ଆଶୀର୍ବାଦ ପାଇଁ କୃତଜ୍ଞ । ମୋ ପରିବାର ବହୁତ ଖୁସି । ଆମ ସ୍ୱାମୀ ସ୍ତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଆପଣଙ୍କ ଆଶୀର୍ବାଦ ଚାହୁଁଛୁ ।

 

View this post on Instagram

 

A post shared by Mukti Mohan (@muktimohan)

ମୁକ୍ତିଙ୍କ ସ୍ୱାମୀ କୁନାଲ ମଧ୍ୟ ଜଣେ ଅଭିନେତା । କୁନାଲ ସବୁବେଳେ ଇନଷ୍ଟାଗ୍ରାମରେ ବେଶ୍‌ ଆକ୍ଟିଭ ଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁତ ଫ୍ୟାନ୍‌ ଫଲୋୟର୍ସ ରହିଛନ୍ତି । ମୁକ୍ତି ଲୋକପ୍ରିୟ ଗାୟିକା ନୀତି ମୋହନ ଏବଂ କୋରିଓଗ୍ରାଫର ଶକ୍ତି ମୋହନଙ୍କ ଭଉଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.