Below header

ଲୁଚିଲୁଚି ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ବାହା ବେଦୀରେ ପହଞ୍ଚିଗଲେ ପ୍ରଥମ ପତ୍ନୀ ଓ ଦୁଇ ଝିଅ

ବାହାହେଉଥିଲେ ସ୍ୱାମୀ । ଦୁଇ ଝିଅ ସହ ପହଁଚିଗଲେ ସ୍ତ୍ରୀ । ଝିଅ ଆଗରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଉଥିଲା ବାପା । ତାପରେ ବିବାହ ବେଦୀରେ ଚାଲିଲା ହାଇଭୋଲଟେଜ ଡ୍ରାମା । ବାପାକୁ ବେଦିରୁ ଟାଣିଆଣିଲା ଝିଅ । ପାଖରେ ମାଆ ଛିଡା ହୋଇଛି କିନ୍ତୁ ବାପା ବାହା ହେଉଛି ଆଉ କାହାକୁ । ସହି ପାରିଲାନି ଝିଅ ।

ପିପିଲି (କେନ୍ୟୁଜ) : ବାହାହେଉଥିଲେ ସ୍ୱାମୀ । ଦୁଇ ଝିଅ ସହ ପହଁଚିଗଲେ ସ୍ତ୍ରୀ । ଝିଅ ଆଗରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଉଥିଲା ବାପା । ତାପରେ ବିବାହ ବେଦୀରେ ଚାଲିଲା ହାଇଭୋଲଟେଜ ଡ୍ରାମା । ବାପାକୁ ବେଦିରୁ ଟାଣିଆଣିଲା ଝିଅ । ପାଖରେ ମାଆ ଛିଡା ହୋଇଛି କିନ୍ତୁ ବାପା ବାହା ହେଉଛି ଆଉ କାହାକୁ । ସହି ପାରିଲାନି ଝିଅ । ଏପଟେ ସ୍ୱାମୀକୁ ଅନ୍ୟ ଜଣେ ଯୁବତୀଙ୍କ ପାଖରେ ବସି ବାହା ହେଉଥିବା ଦେଖି ସ୍ତ୍ରୀର ମୁଣ୍ଡ ବି କାମ କରୁନଥାଏ । ବାରମ୍ବାର ଖାଲି କହିହେଉଥାଏ, ମୋ ସଂସାର ବୁଡିଗଲା, ମୋ ସଂସାର ଉଜୁଡିଗଲା, ଦୁଇଟା ବଢ଼ିଲା ଝିଅଙ୍କୁ ନେଇ ମୁଁ ଏକାକୀ କେମିତି କଣ କରିବି । ମାଗି ଯାଚି ମୁଁ ଖାଉଛି, ମୋ କଥା ତ ବୁଝିଲନି, ଏ ଝିଅ ଦୁଇଟାଙ୍କ କଥା ବି ଭାବିଲନି । କିନ୍ତୁ କିଛି ଶୁଣୁନଥିଲା ସ୍ୱାମୀ, ବେଦିରୁ ଦ୍ୱିତୀୟ ସ୍ତ୍ରୀକୁ ଜାବୁଡି ଧରି ଚାଲିଯାଉଥାଏ ସ୍ୱାମୀ ।

ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ । ସ୍ଥାନୀୟ ଦୁଲ୍ଲା ଦେବୀ ମନ୍ଦିରରେ ଲୁଚିକି ବାହାହେଉଥିବା ସମୟରେ ପହଂଚିଗଲେ ସ୍ତ୍ରୀ । ବେଦୀରେ ସ୍ୱାମୀଙ୍କୁ ଉତ୍ତମ ମଧ୍ୟମ ଦେବା ସହ ପୁଲିସକୁ ଜିମା ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଓ ଝିଅ।
ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତି ୨୦୧୦ ମସିହାରୁ ଏରସମା ଥାନା ଗଣେଶ୍ୱରପୁରର ଅଞ୍ଚଳର ଅହଲ୍ୟା ହାତିଙ୍କୁ ପ୍ରେମ ବିବାହ କରିଥିଲେ । ଦିର୍ଘ ଦିନ ଧରି ଏମାନଙ୍କର ପାରିବାରିକ ସମ୍ପର୍କ ବେଶ୍‌ ହସ ଖୁସିରେ ଚାଲିଥିଲା । ଉଭୟଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି । ବଡ ଝିଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୩ ବର୍ଷ ।

କିନ୍ତୁ ଦୁଇ ଝିଅର ବାପା ହୋଇ ସୁଦ୍ଧା ଅନ୍ୟ ଯୁବତୀକୁ ପ୍ରେମ କରିପରିବସିଲା । ଭାବିଲାନି ପ୍ରେମ କରି ବାହା ହୋଇଥିବା ସେହି ସ୍ତ୍ରୀ କଥା କି ଭାବିଲାନି ଦୁଇ ଝିଅଙ୍କ ଭବିଷ୍ୟତ କଥା । ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହେବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା । ତେବେ ସବୁକିଛି ସୀମା ଟପିଗଲା ଆଜି । ଆଜି ଯୋଗେଶ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଲୁଚି କରି ବିବାହ କରୁଥିବା ଅହଲ୍ୟା ଖବର ପାଇଥିଲେ । ୨ ଝିଅଙ୍କ ସହ ଅହଲ୍ୟା ବିବାହ ବେଦୀରେ ପହଁଞ୍ଚି ବା ପରେ ଯୋଗେଶ ବିବାହ କରୁଥିବା ଦେଖିଥିଲେ । ଏହାପରେ ବେଦି ଉପରୁ ଟାଣି ଆଣି ଯୋଗେଶଙ୍କୁ ବିବାହ ବେଦୀରେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା ।

ଘଟଣା ସ୍ଥଳରେ ବିବାହ କରୁଥିବା ଯୁବତୀ କିନ୍ତୁ ଏସବୁ ଦେଖି ଚମ୍ପଟ ମାରିଥିଲେ । ଉପସ୍ଥିତ ଲୋକେ ଘଟଣାକୁ ହଠାତ୍‌ ବୁଝିପାରି ନ ଥିଲେ । କିନ୍ତୁ ପରେ ଅହଲ୍ୟା ସମସ୍ତ ଘଟଣା ଜଣାଇବା ସହ ବାଳକାଟି ଫାଣ୍ଡିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ଯୋଗେଶକୁ ଫାଣ୍ଡିରେ ଅଟକ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.