କାମାକ୍ଷାନଗର: କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ । ଅତି ଜରୁରୀ ନଥିଲେ ଘରୁ ବାହାରିବା ମନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଲକ୍ଡାଉନ୍ ସମୟରେ ପ୍ରଭାବିତ ହୋଇଛି ଅଧିକାଂଶଙ୍କ ଜୀବନ ଜୀବିକା । ଅନ୍ୟ ସମସ୍ତ ଜୀବିକା ଏକ ପ୍ରକାର ପ୍ରଭାବିତ ହୋଇଥିବା ବେଳେ ବାଉଁଶ କାରିଗର ବି ହରାଇଛନ୍ତି ରୋଜଗାର। ଏହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଖଣ୍ଡବନ୍ଧ ଗାଁ। ଏଠାରେ ବସବାସ କରୁଛନ୍ତି ପ୍ରାୟ ୨୦ରୁ ଅଧିକ ବାଉଁଶ କାରିଗର ପରିବାର । ବାଉଁଶରେ କୁଲା, ଡଲା, ବିଞ୍ଚଣା, ଗାଣ୍ଡୁଆ, ଟୋକେଇ ଆଜି ବିଭିନ୍ନ ଜିନିଷ କରି ତାକୁ ବିକି ପରିବାର ପ୍ରତିପୋଷଣ କରିଥାନ୍ତି।
ପୂର୍ବରୁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା ଏକ ପ୍ରକାର କମି ଯାଇଥିବା ବେଳେ ଲକ୍ଡାଉନ୍ ଜାରି ଜାରି ହେବା ଦିନଠାରୁ ଏମାନଙ୍କ ଦୁଃଖ ଦୁଇଗୁଣା ହୋଇଯାଇଛି। ଦୋକାନ ବଜାର ହାଟ ସବୁକିଛି ବନ୍ଦ। କୌଣସି ଗାଁକୁ ଯାଇ ବୁଲି ବିକ୍ରି ମଧ୍ୟ କରିପାରୁ ନାହାନ୍ତି। ଫଳରେ ଯାହା ତିଆରି ସେସବୁ ସେମିତି ପଡ଼ିରହିଛି। ଏବେ ଲକ୍ଡାଉନ୍ ଯୋଗୁଁ ଘରେ ଦିନ କୁ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ହୋଇ ପଡ଼ିଛି ।
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…