Below header

ଲକ୍‌ଡାଉନ୍‌: ରୋଜଗାର ହରାଉଛନ୍ତି ବାଉଁଶ କାରିଗର, ଦିନକୁ ଦୁଇ ଓଳି ଘରେ ଜଳୁନି ଚୁଲି

କାମାକ୍ଷାନଗର: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ । ଅତି ଜରୁରୀ ନଥିଲେ ଘରୁ ବାହାରିବା ମନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଲକ୍‌ଡାଉନ୍‌ ସମୟରେ  ପ୍ରଭାବିତ ହୋଇଛି ଅଧିକାଂଶଙ୍କ ଜୀବନ ଜୀବିକା । ଅନ୍ୟ ସମସ୍ତ ଜୀବିକା ଏକ ପ୍ରକାର ପ୍ରଭାବିତ ହୋଇଥିବା ବେଳେ ବାଉଁଶ କାରିଗର ବି ହରାଇଛନ୍ତି ରୋଜଗାର। ଏହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଖଣ୍ଡବନ୍ଧ ଗାଁ। ଏଠାରେ ବସବାସ କରୁଛନ୍ତି ପ୍ରାୟ ୨୦ରୁ ଅଧିକ ବାଉଁଶ କାରିଗର ପରିବାର । ବାଉଁଶରେ କୁଲା, ଡଲା, ବିଞ୍ଚଣା, ଗାଣ୍ଡୁଆ, ଟୋକେଇ ଆଜି ବିଭିନ୍ନ ଜିନିଷ କରି ତାକୁ ବିକି ପରିବାର ପ୍ରତିପୋଷଣ କରିଥାନ୍ତି।

ପୂର୍ବରୁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା ଏକ ପ୍ରକାର କମି ଯାଇଥିବା ବେଳେ ଲକ୍‌ଡାଉନ୍‌ ଜାରି ଜାରି ହେବା ଦିନଠାରୁ ଏମାନଙ୍କ ଦୁଃଖ ଦୁଇଗୁଣା ହୋଇଯାଇଛି। ଦୋକାନ ବଜାର ହାଟ ସବୁକିଛି ବନ୍ଦ। କୌଣସି ଗାଁକୁ ଯାଇ ବୁଲି ବିକ୍ରି ମଧ୍ୟ କରିପାରୁ ନାହାନ୍ତି। ଫଳରେ ଯାହା ତିଆରି ସେସବୁ ସେମିତି ପଡ଼ିରହିଛି। ଏବେ ଲକ୍‌ଡାଉନ୍‌ ଯୋଗୁଁ ଘରେ ଦିନ କୁ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ହୋଇ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.