ଆପଣ ୧୦ମ କିମ୍ବା ଯୁକ୍ତ ଦୁଇ ପାସ୍‌ କରିଛନ୍ତି କି ? କରିପାରିବେ ରେଳବାଇ ଚାକିରି

କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବାଇ, ଚେନ୍ନାଇରେ ଅନେକ ପଦବୀ ପାଇଁ ଆବେଦନ କରୁଛି। ଏହି ପଦରେ ଭର୍ତ୍ତି କେବଳ ଓ୍ଵାକ ଇନ ଇଣ୍ଟରଭ୍ୟୁ ଜରିଆରେ ହେବ। ଦକ୍ଷିଣ ରେଳବାଇ ପକ୍ଷରୁ ୬୦୦ ପଦବୀରେ ନିଯୁକ୍ତି ଦେବ ରେଳବାଇ ବୋଲି ସୂଚନା ମିଳିଛି।

ଦକ୍ଷିଣ ରେଳବାଇ ତରଫରୁ ଡାକ୍ତର(୭୨), ନର୍ସିଂ ଷ୍ଟାପ(୧୨୦), ଲ୍ୟାବ ଆସିଷ୍ଟାଣ୍ଟ(୨୪), ରେଡିଓଗ୍ରାଫର(୨୪), ହସିପିଟାଲ ଆଟେଡାଣ୍ଟ(୧୨୦), ହାଇସକିପିଂ ଆସିଷ୍ଟାଣ୍ଟ(୨୪୦) ଟି ଖାଲି ଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଦକ୍ଷିଣ ରେଳବାଇ। ଡାକ୍ତର ପଦବୀ ପାଇଁ ୧୫ ଏପ୍ରିଲରେ ଇଣ୍ଟରଭ୍ୟୁ ଥିବା ବେଳେ ନର୍ସିଂ ଷ୍ଟାଫ ପଦବୀ ପାଇଁ ୧୬ ଏପ୍ରିଲ ଏବଂ ଅନ୍ୟମାନଙ୍କ ପାଇଁ ୧୭ ଏପ୍ରିଲ ଧାର୍ଯ୍ୟ କରାଯାଇଛି।

ralway

ଶିକ୍ଷାଗତ ଯୋଗ୍ୟତା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ହିସାବରେ ଅଲଗା ଅଲଗା ନିର୍ଦ୍ଧାରିତ କରାଯିବ।

ବୟସ ସୀମା :
ଡାକ୍ତରଙ୍କ ବୟସ ସୀମା ୫୦ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ନର୍ସିଂ ଷ୍ଟାଫ ପାଇଁ ସର୍ବନିମ୍ନ ୨୦ ବର୍ଷରୁ ୪୦ ବର୍ଷ ଏବଂ ଲ୍ୟାବ ଆସିଷ୍ଟାଣ୍ଟ ତଥା ରେଡିଓଗ୍ରାଫର ପଦବୀ ପାଇଁ ସର୍ବନିମ୍ନ ୧୮ ବର୍ଷରୁ ୩୩ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ ତଥା ଇଚ୍ଛୁକ ଆବେଦନକାରୀ ଅଧିକାରିକ ୱେବସାଇଟକୁ ଯାଇ ଅଧିସୂଚନା ଦେଖିପାରିବେ। ଏହି ପଦବୀରେ ଚୟନ ଓ୍ଵାକ ଇନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.