ଘରୁ କାମ କରୁଥିବା ଲୋକଙ୍କ ପାଇଁ ଏୟାରଟେଲର ବଡ ଉପହାର, ମାତ୍ର ୧୦୦ ଟଙ୍କାରେ ମିଳିବ ୧୫ଜିବି ଡାଟା ତାସହିତ ଏହିସବୁ ଶସ୍ତା ପ୍ଲାନ 

ଲକ୍ ଡାଉନକୁ ଧ୍ୟାନରେ ରଖି ଟେଲିକମ କମ୍ପାନୀ ଏୟାରଟେଲ୍ ନିଜର ପୋଷ୍ଟପେଡ଼ ଗ୍ରାହକମାନଙ୍କ ପାଇଁ ଏକ ନୂଆ ଆଡ ଅନ୍ ଡାଟା ପ୍ଲାନ୍ ଲଞ୍ଚ କରିଛି । ଯାହାଦ୍ୱାରା ଗ୍ରାହକମାନଙ୍କୁ ୧୦ ଜିବି ଡାଟା ମିଳିବ । ତାସହିତ ଘରୁ କାମ କରୁଥିବା ଲୋକମାନେ ଏଥିରେ ଅଧିକ ଉପକୃତ ହେବେ । ତାହେଲେ ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ ।

ଏୟାରଟେଲର ୧୦୦ ଓ ୨୦୦ ଟଙ୍କା ପ୍ଲାନ୍

ଏୟାରଟେଲର ୧୦୦ ଟଙ୍କା ପ୍ଲାନରେ ଗ୍ରାହକମାନଙ୍କୁ ୧୫ଜିବି ଡାଟା ମିଳିବା ସହିତ ୨୦୦ ଟଙ୍କା ପ୍ଲାନରେ ୩୫ ଜିବି ଡାଟା ମିଳିବ । ଯଦିଓ ଗ୍ରାହକମାନଙ୍କୁ ଏଥିରେ କଲିଙ୍ଗ୍ ଓ ଏସଏମଏସର ସୁବିଧା ମିଳିବ ନାହିଁ ।

ଏୟାର୍ଟେଲର ଅନେକ ପୋଷ୍ଟପେଡ୍ ପ୍ଲାନ୍ ମଧ୍ୟରେ ୪୯୯ ଟଙ୍କାର ପ୍ଲାନ ସବୁଠାରୁ ଅଧିକ ଲୋକପ୍ରିୟ । କମ୍ପାନୀ ଏହି ପ୍ଲାନରେ ୭୫ ଜିବି ରୋଲଓଭର୍ ଡାଟା ୧୦୦ SMS ଏବଂ ଅନଲିମିଟେଡ କଲର ସୁବିଧା ଦେଇଥାଏ । ତାସହିତ ଗ୍ରାହକଙ୍କୁ ଜିବି, ଆମଜନ୍ ପ୍ରାଇମ ଏବଂ ଏୟାରଟେଲ୍ ଏକ୍ସଟ୍ରିମର ସବସ୍କ୍ରିପସନ ମିଳିଥାଏ । ଏହାବ୍ୟତୀତ ଏୟାର୍ଟେଲର ୧୪୯ ଟଙ୍କା ପ୍ଲାନରେ ୨୮ ଦିନର ବୈଧତାରେ ୨ ଐଚ୍ଛ ଡାଟା ସହିତ ଅନଲିମିଟେଡ୍ କଲର ସୁବିଧା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.