୧୯ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌, ନେତାଙ୍କ ଠାରୁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଲାଗୁ ହେଉଛି କଡ଼ା ଆଇନ

 ଭୁବନେଶ୍ୱର: ୧୯ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ନିୟମ ଉଲଂଘନକାରୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି। ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨୦୦ଲେଖାଏଁ ଜରିମାନା ଓ ୩ ଥର ପରେ ୫୦୦ ଲେଖାଏଁ ଜରିମାନା ଆଦାୟ କରାଯାଉଛି। ଭୁବନେଶ୍ୱରର ବିଭିନ୍ନ ଛକରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ଏହାସହ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି। ଏମିତିକି ସାଧାରଣ ଲୋକଙ୍କ ସହ ନେତାଙ୍କୁ ମଧ୍ୟ ବାଦ୍‌ ଦିଆଯ।ଉନି। ମାସ୍କ ନପିନ୍ଧିଲେ ସେମାନଙ୍କୁ ସଚେତନ କରାଯିବା ସହ ଆଦାୟ କରାଯାଉଛି ମୋଟା ଅଙ୍କର ଫାଇନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.