Below header

କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ଚାହୁଛନ୍ତି କି ଯଦି ରେକୁନ ଠାରୁ ଶିଖନ୍ତୁ ‘ହ୍ୟାଣ୍ଡ ଓ୍ଵାଶ୍‌’ କରିବାର ଉଚିତ ଉପାୟ, ଭାଇରାଲ ହେଉଛି ଭିଡିଓ

କରୋନା ଭାଇରସ ଆସିବା ଠାରୁ ଛୋଟ ଠାରୁ ବଡ ପିଲା ସମସ୍ତେ ହାତ କିପରି ଧୋଇବେ, ତାହା ଶିଖିଗଲେଣି। ମଣିଷ ତ ମଣିଷ ଏବେ ଏକ ରେକୁନର ହ୍ୟାଣ୍ଡ ଓ୍ଵାଶ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଭାରତୀୟ ଫରେଷ୍ଟ ଅଫିସର ପରବିନ କାସବାନ ନିଜ ଟ୍ଵିଟର ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି। ଏହି ଭିଡିଓରେ କିପରି ଜଣେ ରେକନୁ ନିଜର ହାତକୁ ଭଲଭାବେ ଧୋଉଥିବା ଦେଖିବାକୁ ମିଳିଛି। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି।

ମାତ୍ର ୧୫ ସେକେଣ୍ଡର ଏହି ଭିଡିଓରେ ରେକୁନ କିପରି ନିଜ ହାତକୁ ହ୍ୟାଣ୍ଡଓ୍ଵାସ ବ୍ୟବହାର କରି ଭଲଭାବେ ଧୋଉଛି, ତାହା ଦେଖିବାକୁ ମିଳିଥିଲା। କିପରି ସାବୁନ ମାରି ହାତକୁ ରଗଡି ରଗଡି ଧୋଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଥିଲା। ଯାହାକୁ ଏପର୍ଯ୍ୟନ୍ତ ୧୭ ହଜାରରୁ ଉର୍ଦ୍ଧ୍ୱ ଥର ଦେଖା ସରିଥିବା ବେଳେ ୧.୭ ଲକ୍ଷ ଲୋକ ଲାଇକ୍‌ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.