ରାଜ୍ୟ

ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ୍, ତିନି ଅଭିଯୁକ୍ତ ଗିରଫ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ସଫଳତା ମିଳିଛି। ଗତ ୧୫ ତାରିଖରେ ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ସମ୍ମିଳନୀରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏସ୍.ଆଇ ରାଜକିଶୋର ବେହେରା ଏବଂ ଏ.ଏସ୍.ଆଇ ମହେନ୍ଦ୍ର ସେଠି ମଧ୍ୟ ଉପସ୍ଥିତ ଥିଲେ।

ଏସ୍ଡ଼ିପିଓ ଙ୍କ ସୂଚନା ମୁତାବକ ଉକ୍ତ ଡକାୟତରେ ଅଭିଯୋଗକାରୀ ଉମାକାନ୍ତ ସିଂହଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭର ପ୍ରଥମରୁ ଡକାୟତଙ୍କ ସହ ସମ୍ପର୍କରେ ଥିଲେ। ଯାହାଫଳରେ ସେ ପୂର୍ବରୁ ଅଭିଯୋଗକାରୀଙ୍କ ବିଷୟରେ ଡକାୟତମାନଙ୍କୁ ସବୁ ଗତିବିଧି ଏବଂ କାର୍ଯ୍ୟକଳାପର ସୂଚନା ଦେଇଆସୁଥିଲେ। ପୂର୍ବ ଯୋଜନା ମୁତାବକ ଗାଡ଼ି ଚାଳକ ଉକ୍ତ ଦିନ ଘଟଣାସ୍ଥଳରେ କାରର ଗତିକୁ ଜାଣିଶୁଣି ଧୀର କରିଥିଲେ। ଯାହାଫଳରେ ଡକାୟତମାନେ ଦୁଇ ଗୋଟି ମଟର ସାଇକେଲରେ ଆସି ବନ୍ଧୁକମୁନରେ ଭୟଭୀତ କରି ୫ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଠାରୁ ଲୁଟି ଫେରାର ହୋଇଯାଇଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଡକାୟତିରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ନଗଦ ୯୦ ହଜାର ଟଙ୍କା, ଗୋଟେ ସ୍କୁଟି, ଗୋଟେ ଏଟିଏମ୍ କାର୍ଡ ସହ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ। ଗିରଫ ହୋଇଥିବା ତିନି ଅଭିଯୁକ୍ତ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ତିନି ଗୋଟି ଥାନା ଅଞ୍ଚଳର ପାଞ୍ଚ ଗୋଟି ମାମଲାରେ ଜଡିତମଧ୍ୟ ଅଛନ୍ତି। ତେବେ ଆଜି ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ଶ୍ରୀ ବାରିକ। ତେବେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଅଭିଯୁକ୍ତ ମାନଙ୍କ ପରିଚୟ ଗୋପନୀୟ ରଖିଛି ପୋଲିସ।

ଲୁଟ ହେବା ଦିନଠାରୁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଏବଂ ଅନ୍ୟ ଏକ ସ୍ୱତନ୍ତ୍ର ଜିଲ୍ଲା ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା। ତେବେ ବାଣପୁର ପୋଲିସକୁ ଉକ୍ତ ଘଟଣାରେ ସାମାନ୍ୟ ଆଶ୍ବସ୍ତି ମିଳିଥିବାବେଳେ ଏଯାବତ ଦକ୍ଷେଶ୍ୱର ମନ୍ଦିର ମୂର୍ତ୍ତି ଚୋରି ଏବଂ ବାଇପାସରୁ ୧୫ ଲକ୍ଷ ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚାଲେଞ୍ଜର ବିଷୟ ପାଲଟିଛି

Sonalisa

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

3 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago