ଅଯୋଧ୍ୟାରେ ପ୍ରସ୍ତୁତ ହେଉଥିବା ଭଗବାନ ରାମଙ୍କ ଭବ୍ୟ ମନ୍ଦିରକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଖାସ୍ ଉତ୍ସୁକତା ରହିଛି। ମନ୍ଦିର କେଉଁ ପ୍ରକାରର ହେବ, ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ କେମିତି ନଜର ଆସିବ, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ ଲାଗିଥିବା ମାଘ ମେଳାକୁ ଆସିବାକୁ ହେବ। ମାଘ ମେଳାରେ ଏଥର ଭଗବାନଙ୍କ ରାମଙ୍କ ନିର୍ମାଣାଧୀନ ମନ୍ଦିରର ମଡେଲ ରଖାଯାଇଛି। ଏହି ମଡେଲ ବିଲ୍କୁଲ ସେହି ସ୍ୱରୂପରେ ପ୍ରସ୍ତୁତ କରାଯାଇଛି, ଯେପରି ରାମ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ ନଜର ଆସିବ। ରାମ ମନ୍ଦିରର ଏହି ମଡେଲ ମାଘ ମେଳାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।
ୟୁପିର ପର୍ଯ୍ୟଟନ ବିଭାଗ କ୍ୟାମ୍ପରେ ରଖାଯାଇଥିବା ଏହି ମଡେଲକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। ରାମ ଭକ୍ତମାନେ ଏହାକୁ ଦେଖି ଭାବବିହ୍ଵଳ ହୋଇପଡ଼ୁଛନ୍ତି। କେହି କେହି ଏହି ମଡେଲ ସମ୍ମୁଖରେ ହାତ ଯୋଡ଼ି ଭକ୍ତିଭାବରେ ଡ଼ୁବିଯାଉଥିବା ବେଳେ ଆଉ କିଏ ପ୍ରତୀକାତ୍ମକ ରୂପେ ମନ୍ଦିର ପରିକ୍ରମା କରୁଛନ୍ତି। ଏହି ମଡେଲଟି କାଠରେ ପ୍ରସ୍ତୁତ ହୋଇଥିବା ବେଳେ ବାହାରେ କାଚର ଘେରା ବନାଯାଇଛି, ଯେପରି କେହି ଏହାକୁ ସିଧା ହାତ ମାରି ଛୁଇଁ ପାରିବେ ନାହିଁ। ତେବେ ରାମଙ୍କର ଭବ୍ୟ ମନ୍ଦିରର ମଡେଲ ସହିତ ୟୁପିର ଅନ୍ୟାନ୍ୟ ଧାର୍ମିକ ସ୍ଥଳର ଚିତ୍ର ମଧ୍ୟ ଏହି ପ୍ରଦର୍ଶନୀରେ ଲଗାଯାଇଛି। ଏହା ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ୟୁପି ଆସିବା ପାଇଁ ପ୍ରେରିତ କରାଯାଉଛି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…