Categories: ରାଜ୍ୟ

ବାରିପଦା ଠାରେ ଚଳିତ ମାସରେ ଉଦ୍‌ଘାଟନ ହେବ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ଶାଖା

ଭୁବନଶ୍ୱର(କେନ୍ଯୁଜ୍): ଭୁବନଶ୍ୱରର କିସ୍‌ ବିଶ୍ୱବିଦ୍ୟାଳୟ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଏବେ ଏହାର ଏକ ଶାଖା ବାରିପଦାରେ ଖୋଲିବାକୁ ଯାଉଛି। ଚଳିତ ମାସରେ ଉଦ୍‌ଘାଟିତ ହେବ ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟ। ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉପସ୍ଥିତ ରହିବେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ରହିବେ। ଏହି ସୂଚନା ଦେଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ବିଦ୍ୟାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଖୋଲାଯିବ। ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ସେବା ପାଇବା ସହ ଆଖପାଖ ଅଂଚଳବାସୀ ମଧ୍ୟ ଉପକୃତ ହେବେ। ବିଦ୍ୟାଳୟ ପରିସରରେ ପ୍ରାକୃତିକ ପରିବେଶ ସହ ସବୁଜ ବନାନୀ ଉପରେ ଦିଆଯାଇଛି ଗୁରୁତ୍ୱ। ୧୦ ବର୍ଷ ତଳେ କିସ୍‌ର ଶାଖା ପ୍ରତିଷ୍ଠା ଏଠାରେ ଜମି କିଣାଯାଇ ବୃକ୍ଷ ରୋପଣ କରାଯାଇଥିଲା। ଆଜି ଏହି ପରିବେଶ ଭିତରେ ଗଢି ଉଠିଛି ଆବାସିକ ବିଦ୍ୟାଳୟ।

୪୦ ଏକର ଜମିରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟ। ଏଥିରେ ୧୨ଶହ ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ। କିସ୍‌ର ଆର୍କିଟେକ୍‌ଚର ଏସ. ଏସ. ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅତ୍ୟାଧୁନିକ ହଷ୍ଟେଲଠାରୁ ଆରମ୍ଭ କରି ପାଠ ପଢ଼ା ପାଇଁ ଶ୍ରେଣୀଗୃହ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଜିଲ୍ଲାରେ ପ୍ରଥମ କରି ଇକୋ ଫ୍ରେଣ୍ଡଲି, ରେନ ୱାଟର ହାର୍ଭେଷ୍ଟିଂ, ସୋଲାର ଏନର୍ଜି ଓ ୱାଇଫାଇ କ୍ୟାମ୍ପସ ପ୍ରସ୍ତୁତ ହୋଇଛି। ଏହି ଆବାସିକ ବିଦ୍ୟାଳୟ ପାଇଁ ସହଯୋଗର ହାତ ବଢାଇଥିଲା ଆଦାନୀ ଗ୍ରୁପ। ଚଳିତ ବର୍ଷ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢିବାକୁ ସୁଯୋଗ ପାଇବେ।

 

KNews Bureau

Recent Posts

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

10 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

47 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

12 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 hours ago